ଓଡିଶା

odisha

ETV Bharat / state

ନାବାଳିକାକୁ ଗର୍ଭବତୀ କରାଇ ବୃଦ୍ଧ ଗିରଫ - ଦୁଷ୍କର୍ମ

ନାବାଳିକାକୁ ଦୁଷ୍କର୍ମ କରି ୫ ମାସର ଗର୍ଭବତୀ କରିଥିବା ଅଭିଯୋଗରେ ଗିରଫ ହେଲେ ବୃଦ୍ଧା । ଅଧିକ ପଢନ୍ତୁ....

ନାବାଳିକାକୁ ଗର୍ଭବତୀ କରାଇ ବୃଦ୍ଧ ଗିରଫ
ନାବାଳିକାକୁ ଗର୍ଭବତୀ କରାଇ ବୃଦ୍ଧ ଗିରଫ

By

Published : Sep 4, 2021, 8:31 AM IST

ଭଦ୍ରକ:ନାବାଳିକାକୁ ଦୁଷ୍କର୍ମ କରି ୫ ବର୍ଷର ଗର୍ଭବତୀ କରିଥିବା ଅଭିଯୋଗରେ ଗିରଫ ହେଲେ ବୃଦ୍ଧା । ଏଭଳି ଏକ ଘଟଣା ଘଟିଛି ଭଦ୍ରକ କାଁପଡା ପଞ୍ଚାୟତ ଅଧିନ ମଠସାହିରେ । ତେବେ ଅଭିଯୋଗ ପରେ ବୃଦ୍ଧ ଜଣଙ୍କୁ ଗିରଫ କରିଛି ତିହିଡି ପୋଲିସ । ନିଜର ବେଶ ବଦଳାଇ ନୟାଗଡ ଜିଲ୍ଲା କଳାପଥର ଅଞ୍ଚଳରେ ଏକ କୁକୁଡା ଫାର୍ମରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ସମୟରେ ଫତେଗଡ ପୋଲିସ ସହାୟତାରେ ତିହିଡି ପୋଲିସ ଗୁରୁବାର ରାତିରେ ଗିରଫ କରିଥିବା ଜଣାଯାଇଛି ।

ନାବାଳିକାକୁ ଗର୍ଭବତୀ କରାଇ ବୃଦ୍ଧ ଗିରଫ

ତେବେ ଶୁକ୍ରବାର ଅଭିଯୁକ୍ତ ମାୟାଧର ଦାସ ଓରଫ୍ କାର୍ତ୍ତିକକୁ ଡାକ୍ତରୀ ମାଇନା କରାଯିବା ପରେ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି । ଆଇଆଇସି ତପନ କୁମାର ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ଏହି ମାମଲାର ତଦନ୍ତକାରୀ ଅଧିକାରୀ ବନମାଳୀ ବାରିକଙ୍କ ସମେତ ଅନ୍ୟମାନେ ସାମିଲ ହୋଇଥିଲେ ।

ସୂଚନା ମୁତାବକ, ବୃଦ୍ଧ ମାୟାଧର 14 ବର୍ଷିୟ ନାବାଳିକାକୁ ବିଭିନ୍ନ ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିଥିଲା । ନାବାଳିକାର ପରିବାର ଲୋକେ ଜାଣିବା ପରେ ତିହିଡି ଥାନାରେ ଏତଲା ଦେଇଥିଲେ । ପୋଲିସ ଏନେଇ ମାୟାଧର ଦାସ ଓରଫ୍ କାର୍ତ୍ତିକଙ୍କ ବିରୋଧରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇ ଆସୁଥିଲା । ଅଭିଯୁକ୍ତ ଫେରାର ଥିବା ବେଳେ ଗୁରୁବାର ପୋଲିସ ଗିରଫ କରିବାରେ ସଫଳ ହୋଇଥିଲା ।

ସେପଟେ ଅଭିଯୁକ୍ତର ଗିରଫ ଦାବି କରି ନାବାଳିକାର ପରିବାର ଲୋକେ ଥାନା ଦ୍ୱାରସ୍ଥ ହୋଇଥିଲେ । ବିଳମ୍ବ ହେଲେ ମଧ୍ୟ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିଲା । ଅଭିଯୁକ୍ତ ମାୟାଧର କାଁପଡା ତଥା ତିହିଡି ବ୍ଲକର ଜଣେ ଜଣାଶୁଣା ବ୍ୟକ୍ତି । ପଞ୍ଚାୟତରେ ଏକ ରାଜନୈତିକ ଦଳ ପକ୍ଷରୁ ପୂର୍ବତନ ସଭାପତି ମଧ୍ୟ ଥିଲେ । ଗାଁରେ କୌଣସି ସମସ୍ୟା ହେଲେ ମାୟାଧର ସମାଧାନ କରିଥାନ୍ତି । ଏହାର ସୁଯୋଗରେ ଅଭିଯୁକ୍ତ ନାବାଳିକାଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିବା ସହିତ 5 ମାସର ଗର୍ଭବତୀ କରିଥିବା ଘଟଣା ପଦାକୁ ଆସିଥିଲା । ଅଭିଯୁକ୍ତ ମାୟାଧର ଏହି ଘଟଣାରେ ତାଙ୍କ ପୁଅ ସମ୍ପୃକ୍ତ ଥିବା ନାବାଳିକାକୁ କହିଥିବା ବେଳେ୍ ମାୟାଧରଙ୍କ ନା କହିଲେ ଜୀବନରୁ ମାରିଦେବ ବୋଲି ଧମକ ଦେଇ ଫେରାର ହୋଇ ଯାଇଥିଲା। ତେବେ ଏନେଇ ପୁଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details