ଭଦ୍ରକ: ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସାମ୍ବାଦିକଙ୍କ ଧାରଣା । ସମାଜିକ ଗଣମାଧ୍ୟମ (ଫେସବୁକ)ରେ ସାମ୍ବାଦିକଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟକୁ ବିରୋଧ । ପୋଷ୍ଟ କରିଥିବା ବ୍ୟକ୍ତିକୁ ଗିରଫ ଦାବିରେ ଧାରଣା ଦେଇଛନ୍ତି ସାମ୍ବାଦିକ ।
ଭଦ୍ରକ ଜିଲ୍ଲାର କାର୍ଯ୍ୟରତ ସାମ୍ବାଦିକମାନେ ଭଦ୍ରକ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ସୂଚନା ଅନୁସାରେ ରିୟାଜ ଖାନ ନାମକ ଜନୈକ ଯୁବକ, ଭଦ୍ରକ ଜିଲ୍ଲାର ସମସ୍ତ କାର୍ଯ୍ୟରତ ସାମ୍ବାଦିକଙ୍କୁ ନେଇ ଅତ୍ୟନ୍ତ ଅଶାଳୀନ ଶବ୍ଦ ଭିତ୍ତିକ ବାକ୍ୟ ଫେସବୁକରେ ପୋଷ୍ଟ କରିଥିଲା । ପରେ ଏନେଇ ଭଦ୍ରକ ଟାଉନ ଥାନାରେ ଏତଲା ହୋଇଛି । ସମ୍ପୃକ୍ତ ଯୁବକ ଜଣକ ପୂର୍ବରୁ ବାରମ୍ବାର ଏମିତି ପୋଷ୍ଟ କରିଥିଲା । ଥାନାରେ ଏତଲା ପରେ ଯୁବକ ଜଣକ ପୋଷ୍ଟ ଡିଲିଟ କରିଛି ବୋଲି ଜଣାପଡିଛି ।