ଭଦ୍ରକ: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଭଦ୍ରକ ଗସ୍ତ। ବାସୁଦେବପୁର ବ୍ଲକର ଓ ଏଡ଼ତାଳ ଠାରେ ଅବସ୍ଥିତ ପାବନକ୍ଷେତ୍ର ଶ୍ରୀ ଜଗନ୍ନାଥ ମନ୍ଦିରରେ ଅନୁଷ୍ଠିତ ଉତ୍ସବକୁ ଉଦଘାଟନ କଲେ ରାଜ୍ୟପାଳ । ଏଥିସହ ଜିଲ୍ଲାରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।
ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପାବନକ୍ଷେତ୍ର ଶ୍ରୀ ଜଗନ୍ନାଥ ମନ୍ଦିରରେ ପ୍ରଭୁଙ୍କୁ ଦର୍ଶନ କରିବା ପରେ ଶ୍ରୀ ଜଗନ୍ନାଥ ମହୋତ୍ସବ ଓ ସଂକୀର୍ତ୍ତନ ଉତ୍ସବକୁ ଉଦଘାଟନ କରିଥିଲେ। ସେଠାରେ ଆୟୋଜିତ ଉତ୍ସବରେ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ। ଏଥିସହ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ପ୍ରାକ୍ତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ମଧ୍ୟ ପ୍ରମୁଖ ଯୋଗ ଦେଇଥିଲେ ।
ଦିବଂଗତ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କୁ ମରଣଭୋଗ ଭାବେ ସମ୍ମାନିତ କରାଯାଇଥିଲା । ଏହାପରେ ରାଜ୍ୟପାଳ ତିହିଡ଼ି ବ୍ଳକର ତାଳପଦା ଠାରେ ଅବସ୍ଥିତ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ସମାଧୀ ପୀଠରେ ଶ୍ରଦ୍ଧାଞ୍ଜଳି ଦେଇ ଲକ୍ଷ୍ମୀକାନ୍ତ କମ୍ୟୁନିଟି ସେଣ୍ଟର ପରିଦର୍ଶନ କରିଥିଲେ । ସାଂସଦ ମଣ୍ଡଳ ଓ ପ୍ରାକ୍ତନ ବିଧାୟକ ମଣ୍ଡଳ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।