ଓଡିଶା

odisha

ETV Bharat / state

ଚେନ୍ନାଇରେ ଓଡିଆ ଶ୍ରମିକଙ୍କୁ ନିର୍ଯ୍ୟାତନା ଅଭିଯୋଗ - Odias workers torture

ଚେନ୍ନାଇରେ ଓଡିଆ ଦାଦନଙ୍କୁ ଠିକାଦାରଙ୍କ ନିର୍ଯ୍ୟାତନା ନେଇ ହୋଇଛି ଅଭିଯୋଗ । ଟଙ୍କା ଦେଇ 4 ଜଣ ଘରକୁ ଫେରିଥିବାବେଳେ ୩୩ ଜଣ ଏବେବି ସେଠାରେ ଫସି ରହିଛନ୍ତି । ଅଧିକ ପଢନ୍ତୁ...

ଚେନ୍ନାଇରେ ଓଡିଆ ଶ୍ରମିକଙ୍କୁ ନିର୍ଯ୍ୟାତନା ଅଭିଯୋଗ
ଚେନ୍ନାଇରେ ଓଡିଆ ଶ୍ରମିକଙ୍କୁ ନିର୍ଯ୍ୟାତନା ଅଭିଯୋଗ

By

Published : Nov 20, 2020, 5:06 AM IST

ଭଦ୍ରକ: ଚେନ୍ନାଇରେ ଓଡିଆ ଦାଦନଙ୍କୁ ଠିକାଦାରଙ୍କ ନିର୍ଯ୍ୟାତନା ନେଇ ହୋଇଛି ଅଭିଯୋଗ । ଟଙ୍କା ଦେଇ 4 ଜଣ ଘରକୁ ଫେରିଥିବାବେଳେ ୩୩ ଜଣ ଏବେବି ସେଠାରେ ଫସି ରହିଛନ୍ତି । ଘରକୁ ଫେରେଇ ଆଣିବା ପାଇଁ ପରିବାର ଲୋକଙ୍କ ପକ୍ଷରୁ ଥାନାରେ ଏତଲା ଦାଏର ହୋଇଛି ।

ଚେନ୍ନାଇରେ ଓଡିଆ ଶ୍ରମିକଙ୍କୁ ନିର୍ଯ୍ୟାତନା ଅଭିଯୋଗ

ଗତ ଦୁଇ ମାସ ହେଲା ଠିକାଦାରଙ୍କ ଜରିଆରେ ଏହି ଶ୍ରମିକମାନେ ଯାଇଥିଲେ ଚେନ୍ନାଇ । ସେଠାରେ ପ୍ଲାଷ୍ଟିକ୍ କମ୍ପାନୀରେ କାମ କରିବା ଲାଗି ଘରୁ ଚୁକ୍ତିକରି ଥିଲେ ଏମାନେ । ହେଲେ ସେଠାକୁ ଗଲାପରେ ତାଙ୍କୁ ଲୁହା କମ୍ପାନୀରେ କାମ ଦିଆଯାଉଛି । ରାଜି ନହେବାରୁ ଶ୍ରମିକଙ୍କୁ ନିର୍ଯ୍ୟାତନା ଦିଆଯାଉଥିବା ଅଭିଯୋଗ ହୋଇଛି ।

ଠିକାଦାରଙ୍କୁ ପରିବାର ପକ୍ଷରୁ ଟଙ୍କା ଦେବାପରେ ୪ ଜଣ ଦାଦନ ଘରକୁ ଫେରିଥିବା ବେଳେ ଏବେବି ଚାରିବାଟିଆ ଓ ପୀରହାଟ ଅଞ୍ଚଳର ୩୩ ଜଣ ଦାଦନ ଶ୍ରମିକ ଦୁଃଖ ଦୁର୍ଦ୍ଦଶାରେ କାଳାତିପାତ କରୁଥିବା ଜଣାପଡିଛି । ସେମାନଙ୍କୁ ଘରକୁ ଫେରେଇ ଆଣିବା ଲାଗି ଉଭୟ ତିହିଡି ଓ ନାୟକାଣିଡିହି ଥାନାରେ ଏତଲା ଦାଏର ହୋଇଛି ।

ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଚାରିବାଟିଆ ଅଞ୍ଚଳର କେତେକ ଦାଦନ ଶ୍ରମିକଙ୍କୁ କାମଧନ୍ଦା ଯୋଗାଇ ଦେବା ଲାଗି ସ୍ଥାନୀୟ ଅଞ୍ଚଳର ସରସ୍ବତୀ ଦାସ ନାମ୍ନୀ ଜନୈକ ମହିଳା ଠିକାଦାରଙ୍କ ସହିତ ଚେନ୍ନାଇ ଯିବା ପାଇଁ କହିଥିଲେ । ଏନେଇ ଘଣ୍ଟେଶ୍ବର ଅଞ୍ଚଳ ପଞ୍ଚୁଟିକ୍ରୀ ଗାଁର ସଞ୍ଜୟ ସାହୁ ଓ ପ୍ରଭାତ ସାହୁ ଶ୍ରମିକମାନଙ୍କୁ ଭେଟି ଆଲୋଚନା କରିଥିଲେ । ଘରୁ ଯିବାବେଳେ ଚେନ୍ନାଇରେ ପ୍ଲାଷ୍ଟିକ୍ କମ୍ପାନୀରେ କାମ ଯୋଗାଇ ଦିଆଯିବ ବୋଲି କହିଥିଲେ । ମାତ୍ର ସେଠାରେ ଲୁହା କମ୍ପାନୀରେ କାମ କରାଇବା ଏବଂ ୮ ଘଣ୍ଟା ବଦଳରେ ୧୨ ଘଣ୍ଟା କାମ କରାଇବାରୁ ଶ୍ରମିକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲେ । ଏନେଇ ଏମାନେ ବିରୋଧ କରିବା ସହିତ ସେମାନଙ୍କୁ ଦରମା ଦେଲେ ଘରକୁ ପଳେଇ ଆସିବେ ବୋଲି କହିଥିଲେ । ମାତ୍ର ଠିକାଦାର ସେମାନଙ୍କୁ ମାରଧର କରୁଥିବା ଅଭିଯୋଗ ହୋଇଛି ।

ପରିବାର ଲୋକଙ୍କ ସହିତ ଆଲୋଚନା ହେବା ପରେ ଠିକାଦାରଙ୍କ ସମ୍ପର୍କୀୟ ସରସ୍ବତୀ ଦାସଙ୍କ ଜରିଆରେ ପ୍ରାୟ ୮୦ ହଜାର ଟଙ୍କା ଦିଆଯାଇଥିଲା । ପରେ ମାତ୍ର ୪ ଜଣ ଘରକୁ ଫେରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ପୀରହାଟ ମାଲପୁର, ଭିତରପାଳ ଓ ମାଣକାଣି ଗ୍ରାମର ୧୨ ଜଣ ଫସି ରହିଥିବା ଜଣାଯାଇଛି । ସେମାନଙ୍କ ପାଇଁ ମୁଣ୍ଡ ପିଛା ୫୦ ହଜାର ଟଙ୍କା ଦିଆଗଲେ ଘରକୁ ଫେରେଇ ଦିଆଯିବ ବୋଲି ଚେତାବନୀ ଦିଆଯାଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details