ଓଡିଶା

odisha

ETV Bharat / state

ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଫୁ, ଭୁଶୁଡୁଛି ଟ୍ରାଫିକ ବ୍ୟବସ୍ଥା - ଭଦ୍ରକ

ସହରକୁ ପ୍ରବେଶ କରିପାରିବ ନାହିଁ କୌଣସି ଭାରୀଯାନ । ଭଦ୍ରକବାସୀଙ୍କ ସୁରକ୍ଷା ନେଇ ଏ ନିର୍ଦ୍ଦେଶନାମା ଜାରି କରିଥିଲେ ଜିଲ୍ଲାପାଳ । 24 ଜାନୁଆରୀ 2019 ନିର୍ଦ୍ଦେଶନାମା ଅନୁସାରେ ସକାଳ 8ରୁ ସନ୍ଧ୍ୟା 8 ଯାଏ ସହରାଞ୍ଚଳରେ ନିଷିଦ୍ଧ ଘୋଷଣା ହୋଇଥିଲା ଭାରୀଯାନ ହେଲେ ଖୁଲମଖୁଲ୍ଲା ଉଲ୍ଲଂଘନ ହେଉଛି ନିୟମ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

By

Published : Jun 25, 2019, 12:51 PM IST

ଭଦ୍ରକ: ଦୁର୍ଘଟଣାର ମାତ୍ରା କମିବ । ସହର ମଧ୍ୟରେ ଭାରୀଯାନ ଚଳାଚଳ ଉପରେ ନିୟନ୍ତ୍ରଣ ରହିବ । ଏପରି କଡ଼ାନିୟମ ଆଣିଥିଲେ ଭଦ୍ରକ ଜିଲ୍ଲାପାଳ । ମାତ୍ର ନିୟମର ଖୁଲମଖୁଲ୍ଲା ଉଲ୍ଲଂଘନ କରୁଥିବା ଦେଖିବାକୁ ମିଳିଛି । ଫଳରେ ଯଥା ପୂର୍ବଂ ତଥା ପରଂ ନୀତିରେ ଦୁର୍ଘଟଣାର ଶୀକାର ହେଉଛନ୍ତି ଭଦ୍ରକବାସୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ନିର୍ଦ୍ଦେଶ ରହିଛି ସକାଳ 8 ଟାରୁ ସନ୍ଧ୍ୟା 8 ଟା ପର୍ଯ୍ୟନ୍ତ ସହରାଞ୍ଚଳ ମଧ୍ୟରେ କୌଣସି ଭାରୀଯାନ ଯାତାୟତ କରିପାରିବ ନାହିଁ। ମୋଟର ଭେଇକିଲ ଆକ୍ଟ 1988ର ଧାରା 115 ଓ ଓଡ଼ିଶା ମୋଟର ଭେଇକିଲ ନିୟମ 1933ର 173 ଅନୁଯାୟୀ ଜିଲ୍ଲାପାଳ ଏ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଏବେ ପାଣିର ଗାର ବୋଲି କହିଛନ୍ତି ସହରବାସୀ ।

ଯାହାକୁ ନେଇ ଆମେ ଜିଲ୍ଲାପାଳଙ୍କ ସହ ଯୋଗାଯୋଗ କରିଥିଲୁ । ସହରର ଟ୍ରାଫିକ ବ୍ୟବସ୍ଥା ପାଇଁ ସ୍କ୍ବାର୍ଡର ବ୍ୟବସ୍ଥା କରାଯାଇଥିଲା । କିନ୍ତୁ ନିର୍ବାଚନ ଥିବାରୁ ଏମାନଙ୍କୁ ନିର୍ବାଚନ କାର୍ଯ୍ୟରେ ନିଯୋଜିତ କରାଯାଇଥିଲା । ଏବେ ନିର୍ବାଚନ ସରିଯାଇଥିବା ବେଳେ ପୁନର୍ବାର ଏମାନଙ୍କୁ କାର୍ଯ୍ୟକାରୀ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ସେପଟେ, ସହରବାସୀଙ୍କ ସୁରକ୍ଷା ପାଇଁ ଜାରି ହୋଇଥିବା ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଅବମାନନା କରୁଥିବା ବ୍ୟକ୍ତିବିଶେଷଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details