ଓଡିଶା

odisha

ETV Bharat / state

Dhamnagar by Poll: ସୁରକ୍ଷା ବଳୟ ଭିତରେ ଧାମନଗର ଭୋଟ

ଧାମନଗର ଉପନିର୍ବାଚନ ପାଇଁ ସରିଛି ପ୍ରଚାର । ରାତି ପହିଲେ ଧାମନଗର ଭୋଟ । ଏନେଇ ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ । ବୁଥରେ ସବୁ ପ୍ରକାର ପୋଲିଂ ପର୍ସନ ନିୟୋଜିତ ହୋଇସାରିଥିବାବେଳେ ବର୍ତ୍ତମାନ ସାଇଲେଣ୍ଟ ପିରିୟଡ଼ ଚାଲିଛି । ଏହି ସମୟରେ ଚେକିଂ କଡାକଡି କରାଯାଉଛି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ

By

Published : Nov 2, 2022, 9:00 PM IST

Dhamnagar by Poll: ସୁରକ୍ଷା ବଳୟ ଭିତରେ ଧାମନଗର ଭୋଟ
Dhamnagar by Poll: ସୁରକ୍ଷା ବଳୟ ଭିତରେ ଧାମନଗର ଭୋଟ

ଭୁବନେଶ୍ବର: ଧାମନଗର ଉପନିର୍ବାଚନ ପାଇଁ ସରିଛି ପ୍ରଚାର । ରାତି ପହିଲେ ଧାମନଗର ଭୋଟ । ଏନେଇ ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ । ବୁଥରେ ସବୁ ପ୍ରକାର ପୋଲିଂ ପର୍ସନ ନିୟୋଜିତ ହୋଇସାରିଥିବାବେଳେ ବର୍ତ୍ତମାନ ସାଇଲେଣ୍ଟ ପିରିୟଡ଼ ଚାଲିଛି । ଏହି ସମୟରେ ଚେକିଂ କଡାକଡି କରାଯାଉଛି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି ସୂଚନା ଦେଇଛନ୍ତି ।

Dhamnagar by Poll: ସୁରକ୍ଷା ବଳୟ ଭିତରେ ଧାମନଗର ଭୋଟ

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁସାରେ, ଧାମନଗର ଉପନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ବୁଥରେ ସବୁ ପ୍ରକାର ପୋଲିଂ ପର୍ସନ ନିୟୋଜିତ ହୋଇ ସାରିଛନ୍ତି । 1008 ପୋଲିଂ ପାର୍ଟି ନିୟୋଜିତ ହୋଇଛନ୍ତି । ବର୍ତ୍ତମାନ ସାଇଲେଣ୍ଟ ପିରିୟଡ଼ ଚାଲିଛି । ଚେକିଂ କଡାକଡି କରାଯାଉଛି ।

ଆସନ୍ତାକାଲି ସକାଳ 7 ରୁ ସନ୍ଧ୍ୟା 6.30 ପର୍ଯ୍ୟନ୍ତ ସମସ୍ତ ଏକଜିଟ୍ ପୋଲକୁ ବ୍ୟାନ କରାଯାଇଛି । ବୁଥର 100 ମିଟର ମଧ୍ୟରେ କେହି ବି କଥାବାର୍ତ୍ତା ହୋଇ ପାରିବେନାହିଁ । ଯଦି କେହି ନିୟମ ଉଲଂଘନ କଲା ତେବେ ତାଙ୍କୁ ଆରେଷ୍ଟ କରାଯିବ । ଭୋଟର ପରିଚୟ ପତ୍ର ଛଡା 12 ଟି ଅନ୍ୟ ଡକ୍ୟୁମେଣ୍ଟ ଦେଖାଇ ବି ଭୋଟ ଦେଇ ପାରିବେ । ସକାଳ 7 ରୁ ସନ୍ଧ୍ୟା 6 ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ । ଏହା ପୂର୍ବରୁ ମକପୋଲ ହେବ । ମୋଟ 252 ବୁଥ ରହିଛି । ତାହା ମଧ୍ୟରୁ 110 ସମ୍ବେଦନଶୀଳ ବୁଥ ରହିଛି ।

ଆଉ ସେଥି ମଧ୍ୟରୁ 126 ଟି ୱେବ କାଷ୍ଟିଂ ହେବ । 25 ଟି ମାଇକ୍ରୋ ଅବଜରର୍ଭର ରହିଛନ୍ତି । 15 ଟି ମଡେଲ ବୁଥ ଓ 5 ଟି ପିଙ୍କ ବୁଥ କରାଯାଇଛି । ସାଇଲେଣ୍ଟ ପିରିୟଡ଼ଠୁ ନେଇ ଭୋଟ ପର୍ଯ୍ୟନ୍ତ ମଦ ବିକ୍ରି ନିଷେଧ ହୋଇଛି । 4 ଟି ସେଣ୍ଟ୍ରାଲ ଟିମ ଓ 1000 ଜଣ ପୋଲିସ ଅଧିକାରୀ ନିୟୋଜିତ ହୋଇଛନ୍ତି । 3 ଟି ରାଜନୈତିକ ଦଳ ପ୍ରଚାର ସମୟରେ କିଛି ଅଭିଯୋଗ ଆଣିଥିଲେ । ସାଧାରଣ ଅଭିଯୋଗ ପାଇଁ ଆମେ ଜିଲ୍ଲା ପ୍ରଶାସନକୁ ମାର୍ଗ ଦର୍ଶୀକା ଦେଇଛୁ । 5 ଟି ଅଭିଯୋଗରେ ପୋଲିସ କେସ ହୋଇଛି । ଆଉ ଗୋଟିଏ କେସରେ ଜଣେ ଉଚ୍ଚପଦସ୍ତ ଅଧିକାରୀଙ୍କ ବିରୋଧରେ ଅଭିଯୋଗ ହୋଇଥିଲା । ଆମେ ତାକୁ ଜାତୀୟ ନିର୍ବାଚନ ଆୟୋଗଙ୍କ ନିକଟକୁ ପଠାଇଛୁ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details