ଓଡିଶା

odisha

ଅଚାନକ ଗସ୍ତ କରି ସ୍ବାସ୍ଥ୍ୟସେବା ପରଖିଲେ ଭଦ୍ରକ ଜିଲ୍ଲାପାଳ

ନବନିଯୁକ୍ତ ଜିଲ୍ଲାପାଳଙ୍କ ଅଚାନକ ଗସ୍ତ କଲେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟ । ଜିଲ୍ଲାର ସ୍ଵାସ୍ଥ୍ୟ ସେବା କିପରି ଚାଲିଛି ସେନେଇ ପରଖିଲେ ସ୍ଥିତି । ଅଧିକ ପଢନ୍ତୁ...

By

Published : Aug 13, 2021, 8:03 AM IST

Published : Aug 13, 2021, 8:03 AM IST

ETV Bharat / state

ଅଚାନକ ଗସ୍ତ କରି ସ୍ବାସ୍ଥ୍ୟସେବା ପରଖିଲେ ଭଦ୍ରକ ଜିଲ୍ଲାପାଳ

ସ୍ବାସ୍ଥ୍ୟ ସେବା ପରଖିଲେ ନବନିଯୁକ୍ତ ଜିଲ୍ଲାପାଳ
ସ୍ବାସ୍ଥ୍ୟ ସେବା ପରଖିଲେ ନବନିଯୁକ୍ତ ଜିଲ୍ଲାପାଳ

ଭଦ୍ରକ:ନବନିଯୁକ୍ତ ଜିଲ୍ଲାପାଳଙ୍କ ଅଚାନକ ଗସ୍ତ କଲେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟ । ଜିଲ୍ଲାର ସ୍ଵାସ୍ଥ୍ୟ ସେବା କିପରି ଭାବରେ ଚାଲିଛି । ସେନେଇ ସନ୍ଧ୍ୟା ସମୟରେ ଅଚାନକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି ନୂତନ ଜିଲ୍ଲାପାଳ ତ୍ରିଲୋଚନ ମାଝୀ ।

ସ୍ବାସ୍ଥ୍ୟ ସେବା ପରଖିଲେ ନବନିଯୁକ୍ତ ଜିଲ୍ଲାପାଳ

ଚିକିତ୍ସାଳୟରେ ଥିବା ବିଭିନ୍ନ ଓ୍ବାର୍ଡ ବୁଲିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ଅନ୍ୟ ଅଧିକାରୀଙ୍କ ସହ ସ୍ୱାସ୍ଥ୍ୟ ସେବା ନେଇ ଏକ ସମୀକ୍ଷା ବୈଠକ କରିଥିଲେ । ଜିଲ୍ଲାପାଳଙ୍କ ସାଥିରେ ଜିଲ୍ଲା ପ୍ରଶାସନର ବିଭିନ୍ନ ପ୍ରମୁଖ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ । ତେବେ ଏହି ଅଚାନକ ଗସ୍ତ ନେଇ ଜିଲ୍ଲାପାଳ କୌଣସି ପ୍ରତିକ୍ରିୟା ପ୍ରକାଶ କରି ନାହାଁନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details