ଓଡିଶା

odisha

By

Published : Nov 7, 2022, 10:31 PM IST

ETV Bharat / state

ବିଜୟ ପରେ ବାବା ଆଖଣ୍ଡଳମଣିଙ୍କ ଆଶୀର୍ବାଦ ନେଲେ ସୂର୍ଯ୍ୟବଂଶୀ

ବିଜେପି ପ୍ରାର୍ଥୀ ବିଜୟ ପରେ ସୋମବାର ବିଜେପିର ନେତା, କର୍ମୀ ଓ ସମର୍ଥକ ମାନେ ବେଶ ଉତଫୁଲିତ ଅଛନ୍ତି । ନବ ନିର୍ବାଚିତ ବିଧାୟକ ସୂର୍ଯ୍ୟବଂଶୀ ସୁରଜ, ବରିଷ୍ଠ ବିଜେପି ନେତା ମନମୋହନ ସାମଲଙ୍କ ସହ ଭଦ୍ରକର ପ୍ରସିଦ୍ଧ ଶୈବ ପୀଠ ବାବା ଆଖଣ୍ଡଳମଣିଙ୍କ ଆଶୀର୍ବାଦ ନେଇଛନ୍ତି । ଅଧିକ ପଢନ୍ତୁ

Etv Bharatବିଜୟ ପରେ ବାବା ଆଖଣ୍ଡଳମଣିଙ୍କ ଆଶିର୍ବାଦ ମେଲେ ସୂରଜ  ସୂର୍ଯ୍ୟବଂଶୀ
Etv Bharatବିଜୟ ପରେ ବାବା ଆଖଣ୍ଡଳମଣିଙ୍କ ଆଶିର୍ବାଦ ମେଲେ ସୂରଜ ସୂର୍ଯ୍ୟବଂଶୀ

ଭଦ୍ରକ: ଉଇଁଲା ସୂର୍ଯ୍ୟ। ଭାଙ୍ଗିଲା ଧାରା। ପ୍ରଥମ ଥର ବିଜେଡିର ମହିଳା କାର୍ଡ ଫେଲ । ଯାହାକି ପୁଣି ଥରେ ଧାମନଗର ବିଧାନସଭା ନିର୍ବାଚନମଣ୍ଡଳୀ ରେ ପ୍ରମାଣିତ ହୋଇଛି ଧାମନଗରବାସୀ ସର୍ବଦା ଦକ୍ଷ ନୂଆ ମୁହଁ ବାଛନ୍ତି। ଏହାର ନଜିର 1995 ରୁ 2022 ପର୍ଯ୍ୟନ୍ତ ହୋଇଥିବା ସମସ୍ତ ନିର୍ବାଚନ। 1995 ରୁ ଡାଟା ବେସ ନେଇ ବିଜେଡି ଆକଳନ କରିଥିଲା ମହିଳା କାର୍ଡ ସଫଳ ହେବ ବୋଲି । ହେଲେ ଭୁଲ ହେଲା ଆକଳନ। ଭାଙ୍ଗିଲା ପରମ୍ପରା। ଜିତିଲା ବିଜେପି। ଧାମନଗର ଉପନିର୍ବାଚନ ରେ ବାଜି ଏଥର ବିଜେପି ସପକ୍ଷରେ ଯାଇଛି ।

ବିଜୟ ପରେ ବାବା ଆଖଣ୍ଡଳମଣିଙ୍କ ଆଶୀର୍ବାଦ ନେଲେ ସୂର୍ଯ୍ୟବଂଶୀ

ବିଜେପି ପ୍ରାର୍ଥୀ ବିଜୟ ପରେ ଆଜି (ସୋମବାର) ବିଜେପିର ନେତା , କର୍ମୀ ଓ ସମର୍ଥକ ମାନେ ବେଶ ଉତ୍‌ଫୁଲିତ ଅଛନ୍ତି । ନବ ନିର୍ବାଚିତ ବିଧାୟକ ସୂର୍ଯ୍ୟବଂଶୀ ସୁରଜ, ବରିଷ୍ଠ ବିଜେପି ନେତା ମନମୋହନ ସାମଲଙ୍କ ସହ ଭଦ୍ରକର ପ୍ରସିଦ୍ଧ ଶୈବ ପୀଠ ବାବା ଆଖଣ୍ଡଳମଣିଙ୍କ ଆଶୀର୍ବାଦ ନେଇଛନ୍ତି । ଭଦ୍ରକରୁ ବାହାରିବ ପରେ ରାସ୍ତାରେ ବିଭିନ୍ନ ସ୍ଥାନରେ ଦଳୀୟ କର୍ମୀ ଏବଂ ଜନସାଧାରଣ ତାଙ୍କୁ ବିପୁଳ ବିଜୟ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ଭୋଟର ମାନଙ୍କୁ ଧନ୍ୟବାଦ ଦେବା ସହିତ ଜନତାଙ୍କ ଆଶୀର୍ବାଦ ନେଇଥିଲେ ।

ବାବା ଆଖଣ୍ଡଳମଣିଙ୍କ ପୀଠରେ ପହଞ୍ଚିବା ପରେ ଦଳୀୟ କର୍ମୀ ବାଜା ବଜାଇ ବାଣ ରୋଷଣୀ ରେ ସ୍ୱାଗତ କରିବା ସହିତ ପାଛୋଟି ନେଇଥିଲେ। ନିଜ ପିତାଙ୍କ ବାର୍ଷିକ ଶ୍ରାଦ୍ଧ ଯାଇ ନଥିବାରୁ ଦେବ ଦର୍ଶନ କରି ପାରିନଥିବା ବେଳେ ବେଢା ପରିକ୍ରମା କରି ପୂଜାର୍ଚନା କରିଥିଲେ ସୂରଜ । ଧାମନଗର ବାସୀଙ୍କ ଆଶୀର୍ବାଦ ତାଙ୍କୁ ଶୀର୍ଷ ରେ ପହଞ୍ଚାଇଥିବା ଯୋଗୁଁ ସେମାନଙ୍କ କଲ୍ୟାଣ ପାଇଁ ପ୍ରାର୍ଥନା କରିବାକୁ ସେ ବାବା ଆଖଣ୍ଡଳମଣିଙ୍କ ଧାମ କୁ ଆସିଥିବା କହିଥିଲେ ସୂର୍ଯ୍ୟବଂଶୀ ।

ଇଟିଭି ଭାରତ, ଭଦ୍ରକ

For All Latest Updates

ABOUT THE AUTHOR

...view details