ଓଡିଶା

odisha

ETV Bharat / state

ଧୃବପଲ୍ଲୀପୁରର ଦୟନୀୟ ଚିତ୍ର, ଏବେବି ସାହାରା କାଦୁଅ ରାସ୍ତାକୁ ବାଉଁଶ ପୋଲ

ଆଖି ମୁଜିଦେଇଛି ପ୍ରଶାସନ । ଆଜି ବି ଅବହେଳିତ ଏହି ଗ୍ରାମ । ଗୋଟେପଟେ ବୁଲେଟ ଟ୍ରେନ ପାଇଁ ସରକାର ସ୍ବପ୍ନ ଦେଖୁଥିବା ବେଳେ ସେତୁଟିଏ ଏଠି ହେବା ସାଜିଛି ସାତ ସପନ । ଅନ୍ୟପଟେ ତିନି କିଲୋମିଟରର କାଦୁଅ ରାସ୍ତା ଦେଇ ଯିବାଆସିବା କରୁଛନ୍ତି ଗ୍ରାମବାସୀ ।

By

Published : Sep 14, 2019, 12:05 AM IST

ଡ଼ିଜାଇନ୍ ଫଟୋ

ଭଦ୍ରକ: ଦେଶ ସ୍ଵାଧୀନତାକୁ ପୁରୁଛି 73 ବର୍ଷ । କିନ୍ତୁ ଆଜିବି ଏମିତି ବି ଗାଁ ରହିଛି ଯେଉଁଠି ଗମନାଗମନ ର ବାସ୍ତବ ଚିତ୍ର ନଦେଖିଲେ ବିଶ୍ବାସ କରି ପାରିବେ ନାହିଁ । ବାଉଁଶ ପୋଲ, କାଦୁଅ ରାସ୍ତାରେ ସ୍କୁଲ ପିଲା ଏବଂ ଗାଁ ଲୋକ ଅତ୍ୟନ୍ତ ବିପଦ ସଙ୍କୁଳ ଭାବେ ଯାତାୟାତ କରୁଛନ୍ତି । ତାହା ପୁଣି ଗୋଟେ କିମ୍ବା ଦୁଇ କିଲୋମିଟର ନୁହେଁ । ପାଖାପାଖି 3 କିଲୋମିଟର କାଦୁଅ ରାସ୍ତା ଅତିକ୍ରମ କରୁଛନ୍ତି । ଏଭଳି ଦୟନୀୟ ଅବସ୍ଥାରେ ଜୀବନ ଯାପନ କରୁଛନ୍ତି ଚାନ୍ଦବାଲି ବ୍ଲକର ଧୃବପଲ୍ଲୀପୁର ଗ୍ରାମବାସୀ ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

କେଇଖଣ୍ଡ ବାଉଁଶ ଆଉ ଖଣ୍ଡେ ବିଦ୍ୟୁତ ଖୁଣ୍ଟରେ ତିଆରି ହୋଇଛି ପୋଲ । ସେଥିରେ ଯାଆସ କରୁଛନ୍ତି ଶହ ଶହ ସ୍କୁଲ ପିଲା । ତାହା ସହ ଗ୍ରାମବାସୀ । ଏପରି ଦୟନୀୟ ସ୍ଥିତି ଦେଖିବାକୁ ମିଳିଛି ଚାନ୍ଦବାଲି ବ୍ଲକର ଚଡଦିଆ ପଞ୍ଚାୟତରେ । ନଟିଆ ନଦୀ ଶାଖା ଉପରେ ଏହି ପଡ଼ିଛି 30 ଫୁଟ ଲମ୍ବର ବାଉଁଶ ।

କିନ୍ତୁ ପୋଲ ଉପରେ ବର୍ଷ ବର୍ଷ ହେଲା ଏମିତି ଯିବା ଆସିବା କରୁଛନ୍ତି ଲୋକେ । କେବଳ ପୋଲ ଏଠାରେ ସମସ୍ୟା ହୋଇ ଉଭା ହୋଇନି । ପକ୍କା ରାସ୍ତା ତ ସାତ ସପନ ସାଜିଛି । ବିଲ ହିଡ ପାଲଟିଛି ରାସ୍ତା । ଏହି ଘଟଣାରେ ଚାନ୍ଦବାଲି ବିଡିଓ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଯଥାଶୀଘ୍ର ବିହୀତ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ବିଡ଼ିଓ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details