ଭଦ୍ରକ: ସମ୍ଭାବ୍ୟ ବାତ୍ୟାକୁ ଆଖି ଆଗରେ ରଖି ଜିଲ୍ଲାର ସମୁଦ୍ରକୂଳ ଅଞ୍ଚଳରେ ଏନଡିଆରଫ ଟିମ ମୁତୟନର ଲାଗି ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ । ଜିଲ୍ଲାର ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ ଗୁଡ଼ିକ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ଏହି ଏନଡିଆରଏଫ ଟିମକୁ ମୁତୟନ ଲାଗି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି।
ମାଡି ଆସୁଛି ଅମ୍ଫାନ, ମୁକାବିଲା ପାଇଁ ପ୍ରସ୍ତୁତ ଏନଡିଆରଏଫ ଟିମ୍ - ଭଦ୍ରକ ଜିଲ୍ଲା ବାତ୍ୟା ଅପଡେଟ
ବାତ୍ୟା ମୁକାବିଲା ପାଇଁ ଗୁରୁତ୍ବପୂର୍ଣ୍ଣ ସମୁଦ୍ରକୂଳିଆ ଅଞ୍ଚଳରେ ଏନଡିଆରଏଫ ଟିମ ମୁତୟନ ପାଇଁ ନିର୍ଦ୍ଦେଶ ଦେଲା ଜିଲ୍ଲା ପ୍ରଶାସନ ।
ଆମ୍ଫାନ ବାତ୍ୟା ମୁକାବିଲା
ଏନେଇ ନିଷ୍ପତ୍ତି ଅନୁଯାୟୀ ଜିଲ୍ଲାର ସଦର ମହକୁମାରେ ଏନଡିଆରଫ ଟିମ ପହଞ୍ଚିବା ପରେ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ ଅଭିମୁଖେ ଯାଇଛନ୍ତି । ବାତ୍ୟାର ମୁକାବିଲା ପାଇଁ ଏହି ଟିମ ସ୍ଥାନୀୟ ଅଗ୍ନିଶମ ବାହିନୀ ଓ ଅନ୍ୟ ଟିମଙ୍କ ସହ ମିଳିତ ଭାବେ କାର୍ଯ୍ୟ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ