ଭଦ୍ରକ: ପୂର୍ବ ଶତ୍ରୃତାକୁ ନେଇ ସାନ ଭାଇର ଭୁଜାଲି ଚୋଟରେ ବଡ ଭାଇର ଜୀବନ ଗଲା । ଏଭଳି ଘଟଣା ସାମ୍ନାକୁ ଆସିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ନାୟକାନିଡିହି ଥାନା ତଳସାହି ଗାଁରେ । ମୃତକ ହେଲେ ସେହି ଗାଁର ହରିହର ବାରିକଙ୍କ ପୁଅ ଭଗବାନ ବାରିକ ।
ଶନିବାର ଭଗବାନ ଶୌଚ ହେବାକୁ ଯାଉଥିବାବେଳେ ସାନ ଭାଇ ଏକ ଭୁଜାଲି ସାହାଯ୍ୟରେ ଆକ୍ରମଣ କରିଥିବା ଜଣାପଡିଛି । ଘଟଣା ସ୍ଥଳରେ ଭୁଜାଲି ମାଡରେ ଭଗବାନ ରକ୍ତ ଜୁଡୁବୁଡୁ ହେଇ ଚିତ୍କାର କରିବା ପରେ ଘଟଣା ସ୍ଥଳରେ ପରିବାର ଲୋକ ପହଞ୍ଚି ସାନ ଭାଇକୁ କାବୁ କରିଥିଲେ । ଏନେଇ ସାନ ଭାଇକୁ ଛଡାଛଡି ସମୟରେ ଭୁଜାଲିରେ ମୃତକର ପୁତୁରା ମଧ୍ୟ ଆହତ ହେଇଛନ୍ତି । ପରିବାର ଲୋକ ସଙ୍ଗେ ସଙ୍ଗେ ଉଭୟଙ୍କୁ ବାସୁଦେବପୁର ମେଡିକାଲକୁ ନେଇଆସିଥିଲେ ।