ଓଡିଶା

odisha

ETV Bharat / state

75 ବର୍ଷ ଧରି ସମ୍ପର୍କ ଯୋଡୁଛି ମୁନ୍‌ସି ମେଳଣ - bhadark

942 ଥାନା ପୋଡି ପରେ ତିକ୍ତ ହୋଇଥିଲା ପୋଲିସ ଓ ଜନତା ସମ୍ପର୍କ । ଆଉ ଏଥିରେ ସୁଧାର ପାଇଁ ମୁନ୍‌ସି ମେଳଣ ଆରମ୍ଭ ହୋଇଥିଲା । ସମ୍ପର୍କର ନୂଆ ଡୋରି ବାନ୍ଧିଥିଲେ ସେତେବେଳର ଥାନା ବଡ ବାବୁ ଲାଲ ମୁନ୍‌ସି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

By

Published : Mar 19, 2019, 9:04 PM IST

ଭଦ୍ରକ: ମେଳା କେବଳ ଆନନ୍ଦ ବିଳାସ ପାଇଁ ନୁହେଁ । ଏହା ଯୋଡେ ସମ୍ପର୍କ । ଦେଖାଏ ନୂଆ ଆଶା । ଏହି ଐତିହାସିକ ତଥା ନିଆରା ମେଳା ହେଉଛି 75 ବର୍ଷ ଧରି ପାଳିତ ହେଉଥିବା ଭଦ୍ରକ ଭଣ୍ଡାରିପୋଖରୀର ମୁନ୍‌ସି ମେଳଣ । ପୁରପଲ୍ଲୀରେ ପାଳନ ହେଉଥିବା ପାରମ୍ପରିକ ମେଳଣ ଠାରୁ ଏହା ଅଲଗା । ଏହି ମେଳା ପୋଲିସ-ଜନତାଙ୍କ ମଧ୍ୟରେ ନୂଆ ସମ୍ପର୍କ ଯୋଡିଥାଏ । 1942 ଥାନା ପୋଡି ପରେ ତିକ୍ତ ହୋଇଥିଲା ପୋଲିସ ଓ ଜନତା ସମ୍ପର୍କ । ଆଉ ଏଥିରେ ସୁଧାର ପାଇଁ ମୁନ୍‌ସି ମେଳଣ ଆରମ୍ଭ ହୋଇଥିଲା । ସମ୍ପର୍କର ନୂଆ ଡୋରି ବାନ୍ଧିଥିଲେ ସେତେବେଳର ଥାନା ବଡ ବାବୁ ଲାଲ ମୁନ୍‌ସି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ପ୍ରତିବର୍ଷ ପରି ଏବର୍ଷ ମଧ୍ୟ 35ଟି ଠାକୁର ବାଡି ମେଳଣକୁ ଆସିଥିଲେ । ଠାକୁରଙ୍କ ପୂଜା ସହ ପୋଲିସ-ଜନତା ଖେଳିଥିଲେ ରଙ୍ଗ ଖେଳ । ହଜାର ହଜାର ଦର୍ଶକଙ୍କୁ ପୋଲିସ ସୁରକ୍ଷା ଯୋଗାଇଥିଲା । ହସଖୁସିରେ ଯୋଡି ହୋଇଥିଲା ଏକ ନୂଆ ସମ୍ପର୍କ ।

ଜଣେ ବ୍ରିଟିଶ ପୋଲିସ ହୋଇ ମଧ୍ୟ ମୁନ୍‌ସି ଦେଖାଇଥିଲେ ନିଆରା ମାନସିକତା । ଆଜି ସେ ନାହାନ୍ତି କିନ୍ତୁ ତାଙ୍କ ମେଳଣ ପ୍ରତିବର୍ଷ ତାଙ୍କୁ ଝୁରୁଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details