ଓଡିଶା

odisha

ETV Bharat / state

ଧାମନଗର NAC ହିଂସାକାଣ୍ଡ: ଏପ୍ରିଲ 5ରେ ସାନି ମତଦାନ, ପରଦିନ ଗଣତି - ଧାମନଗର ବିଜ୍ଞାପତି ଅଞ୍ଚଳ ପରିଷଦ

ପୌର ନିର୍ବାଚନକୁ ନେଇ ହିଂସାକାଣ୍ଡ ହୋଇଥିବା ଭଦ୍ରକ ଜିଲ୍ଲା ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ ପୁଣି ହେବ ସାନି ମତଦାନ । ତେବେ ଏପ୍ରିଲ୍‌ ୫ତାରିଖରେ ପୁଣି ଏଠାରେ ହେବ ମତଦାନ । ଅଧିକ ପଢନ୍ତୁ

ଧାମନଗର NAC ହିଂସାକାଣ୍ଡ: ଏପ୍ରିଲ୍‌ ୬ରେ ସାନି ମତଦାନ
ଧାମନଗର NAC ହିଂସାକାଣ୍ଡ: ଏପ୍ରିଲ୍‌ ୬ରେ ସାନି ମତଦାନ

By

Published : Mar 30, 2022, 7:45 PM IST

ଭଦ୍ରକ: ପୌର ନିର୍ବାଚନକୁ ନେଇ ହିଂସାକାଣ୍ଡ ହୋଇଥିବା ଭଦ୍ରକ ଜିଲ୍ଲା ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ ପୁଣି ହେବ ସାନି ମତଦାନ । ତେବେ ଏପ୍ରିଲ୍‌ ୫ତାରିଖରେ ପୁଣି ଏଠାରେ ହେବ ମତଦାନ । ମାର୍ଚ୍ଚ ୨୪ତାରିଖ ଦିନ ଭଦ୍ରକ ଜିଲ୍ଲା ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦର ୪ଟି ୱାର୍ଡ଼ର ୬ଟି ବୁଥରେ ମତଦାନ ସମୟରେ ହିଂସାକାଣ୍ଡ ହୋଇଥିଲା ।

ଏପ୍ରିଲ 5ରେ ସାନି ମତଦାନ

ତେବେ କିଛି ଅସାମାଜିକ ବ୍ୟକ୍ତି ଅତର୍କିତ ଭାବେ ବୁଥ୍ ଭିତରେ ପଶି ଗଣ୍ଡଗୋଳ କରିବା ସହ ମାରପିଟ ଏବଂ ଭଙ୍ଗାରୁଜା କରିଥିଲେ । ଏପରିକି ସେମାନେ ଇଭିଏମକୁ ମଧ୍ୟ ଭାଙ୍ଗିବାକୁ ଚେଷ୍ଟା କରିଥିବା ଜଣାପଡିଥିଲା । ଏନେଇ ଖବର ପାଇ ପୁଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ଘଟଣାରେ ବିଭିନ୍ନ ରାଜନୈତିକ ଦଳର ୪ଜଣ ଆହତ ହୋଇଥିଲେ ।

ଏପ୍ରିଲ 5ରେ ସାନି ମତଦାନ

ଏଥିସହ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଛୁରା ମାଡ ସହ ମରଣାନ୍ତକ ଆକ୍ରମଣ ହୋଇଥିଲା । ଏଥିଯୋଗୁଁ ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦର ୪ଟି ୱାର୍ଡ଼ ଅନ୍ତର୍ଗତ ୩, ୮, ୯, ୧୬, ୧୭ ଓ ୧୮ ନମ୍ବର ବୁଥରେ ପ୍ରଥମେ ମତଦାନ ବାଧାପ୍ରାପ୍ତ ହେବା ସହ ପରବର୍ତ୍ତୀ ସମୟରେ ଅଧିକ ଉତ୍ତେଜନାକୁ ଦୃଷ୍ଟିରେ ରଖି ସେଠାରେ ମତଦାନ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇଥିଲା । ଏନେଇ ପ୍ରଶାସନ ପକ୍ଷରୁ ଏହି ସବୁ ବୁଥରେ ସାନି ମତଦାନ ଲାଗି ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଅବଗତ କରାଯାଇଥିଲା ।

ଅନ୍ୟପଟେ ପରବର୍ତ୍ତୀ ପର୍ଯ୍ୟାୟରେ ନିର୍ବାଚନ ଆୟୋଗ ଏହି ସବୁ ବୁଥରେ ସାନି ମତଦାନ ଲାଗି ଏପ୍ରିଲ ମାସ ୫ତାରିଖ ସକାଳ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ହେବ ବୋଲି ନିର୍ଦେଶ ଦେଇଥିବା ପ୍ରଶାସନ ସୂଚନା ଦିଆଯାଇଛି । ଏଥିସହ ୬ତାରିଖରେ ଭୋଟ ଗଣତି ହେବ ବୋଲି ସୂଚନା ମିଳିଛି । ଏହି ନିର୍ବାଚନ ପ୍ରକ୍ରିୟା ସୁରୁଖୁରୁରେ ସମ୍ପାଦନ କରିବା ପାଇଁ ପୁଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details