ଓଡିଶା

odisha

ETV Bharat / state

ବହୁ ପ୍ରତୀକ୍ଷିତ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ଲୋକାର୍ପିତ

ଚାନ୍ଦବାଲି ବିଜ୍ଞାପିତ ଅଞ୍ଚଳ ପରିଷଦ ଅଞ୍ଚଳକୁ ସ୍ଵଚ୍ଛ ଓ ସୁନ୍ଦର କରିବା ପାଇଁ ଚାନ୍ଦବାଲି NAC ଆଉ ଏକ ପାଦ ଆଗକୁ ଆଗେଇଛି । କନ୍ଧାଠାରେ ଏକ ମାଇକ୍ରୋ କାମ୍ପୋଜାଇଟି ସେଣ୍ଟର କାର୍ଯ୍ୟକ୍ଷମ ହୋଇଛି । ଅଧିକ ପଢନ୍ତୁ...

ବହୁ ପ୍ରତୀକ୍ଷିତ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ଲୋକାର୍ପିତ
ବହୁ ପ୍ରତୀକ୍ଷିତ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ଲୋକାର୍ପିତ

By

Published : Dec 16, 2020, 10:59 PM IST

ଭଦ୍ରକ: ଚାନ୍ଦବାଲି ବିଜ୍ଞାପିତ ଅଞ୍ଚଳ ପରିଷଦ ଅଞ୍ଚଳକୁ ସ୍ଵଚ୍ଛ ଓ ସୁନ୍ଦର କରିବା ପାଇଁ ଆଉ ଏକ ପାଦ ଆଗକୁ ଆଗେଇଛି NAC । NAC ଅନ୍ତର୍ଗତ କନ୍ଧାଠାରେ ଏକ ମାଇକ୍ରୋ କାମ୍ପୋଜାଇଟି ସେଣ୍ଟର କାର୍ଯ୍ୟକ୍ଷମ ହୋଇଛି । ଏଥି ସହିତ ଆବର୍ଜନା ସଂଗ୍ରହ ପାଇଁ ଦୁଇଟି ସୋଲାର ଗାଡ଼ିର ଶୁଭାରମ୍ଭ କରାଯାଇଛି ।

ବହୁ ପ୍ରତୀକ୍ଷିତ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ଲୋକାର୍ପିତ

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଚାନ୍ଦବାଲି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଡକ୍ଟର ବ୍ୟମୋକେଶ ରାୟ ଯୋଗଦେଇ MCU ର ଲୋକାର୍ପଣ କରିବା ସହ ସୋଲାର ଗାଡ଼ିକୁ ଶୁଭାରମ୍ଭ କରିଛନ୍ତି । ଏଥି ସହିତ ଚାନ୍ଦବାଲି ବଜାର ତଥା ପୁରୁଣା ବସ ଷ୍ଟାଣ୍ଡ ଠାରେ ଏକ ଶୌଚାଳୟ ନିର୍ମାଣ ପାଇଁ ଭୂମିପୂଜା ହୋଇଛି । ଏହି କାର୍ଯ୍ୟକ୍ରମରେ ବିଧାୟକ ବ୍ୟମୋକେଶ ରାୟଙ୍କ ସମେତ ଅତିରିକ୍ତ ପ୍ରକଳ୍ପ ନିର୍ଦେଶକ, ଭଦ୍ରକ ତଥା ପ୍ରଶାସକ ଚାନ୍ଦବାଲି ବିଜ୍ଞାପିତ ଅଞ୍ଚଳ ପରିଷଦ ରାଜେନ୍ଦ୍ର ପ୍ରସାଦ ପଣ୍ଡା, NAC କାର୍ଯ୍ୟନିର୍ବାହୀ ଅଧିକାରୀ ଭାଗିରଥି ପ୍ରଧାନ, ଚାନ୍ଦବାଲି ତହସିଲଦାର ସୁଶାନ୍ତ ସୂତାର ପ୍ରମୁଖ ଅତିଥିଗଣ ଯୋଗ ଦେଇଥିଲେ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details