ଓଡିଶା

odisha

ETV Bharat / state

ଟ୍ରାଫିକ ଧରପଗଡ, 19ଟି ଘଟଣାରେ 52 ହଜାର ଟଙ୍କା ଆଦାୟ - motar vehicle act:

ଭଦ୍ରକ ଆଞ୍ଚଳିକ ପରିବହନ ଅଧିକାରୀ ବିରଞ୍ଚି ନାରାୟଣ ଦାସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଅଦ୍ୟାବଧି 19ଟି ଘଟଣାରେ ମୋଟ 52 ହଜାର ଟଙ୍କା ଆଦାୟ କରାଯାଇଛି । ଅଧିକ ପଢନ୍ତୁ...

rto check
ଫଟୋ ସୌଜନ୍ୟ:ସମ୍ବାଦଦାତା, ଭଦ୍ରକ

By

Published : Dec 2, 2019, 11:48 PM IST

ଭଦ୍ରକ: ନୂତନ ମୋଟର ଯାନ ଆଇନ ଲାଗୁ ହେବାପରେ ଭଦ୍ରକରେ ଏହାକୁ କଡ଼ାକଡ଼ି ଭାବେ ଲାଗୁ କରାଯାଇଛି । ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ବିରଞ୍ଚି ନାରାୟଣ ଦାସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଅଦ୍ୟାବଧି 19ଟି ଘଟଣାରେ ମୋଟ 52 ହଜାର ଟଙ୍କା ଆଦାୟ କରାଯାଇଛି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ଭଦ୍ରକ

ବାଇକ ଚଳାଇବା ସମୟରେ ମୋବାଇଲରେ କଥା ହେଉଥିବା 6 ଜଣ ବାଇକ ଆରୋହୀଙ୍କୁ ଧରି ଜୋରିମାନା ଆଦାୟ କରାଯାଇଛି । ସେହିପରି ବାଇକରେ 3 ଜଣ ବସି ଯାଉଥିବା ଘଟଣାରେ 4 ଜଣ ବାଇକ ଆରୋହୀଙ୍କ ଠାରୁ ମଧ୍ୟ ଜୋରିମାନା ଆଦାୟ କରାଯାଇଥିବା ବେଳେ, ଦ୍ରୁତଗତିରେ ଗାଡ଼ିଚାଳନା କରୁଥିବା 9 ଜଣଙ୍କ ଠାରୁ ମଧ୍ୟ ଜୋରିମାନା ଆଦାୟ କରାଯାଇଛି ।

ତେବେ ଖୁବଶୀଘ୍ର ଏହି ଆଇନକୁ କଡ଼ାକଡ଼ି ଭାବେ ଲାଗୁ କରାଯିବ ବୋଲି ଭଦ୍ରକ ଆଞ୍ଚଳିକ ପରିବହନ ଅଧିକାରୀ ସୂଚନା ଦେଇଥିଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details