ଓଡିଶା

odisha

ETV Bharat / state

ଜନ୍ମମାଟିରେ ପହଞ୍ଚିଲା ବିଜୟଶ୍ରୀଙ୍କ ମରଶରୀର, ପୈତୃକ ଗ୍ରାମରେ ହେବ ଅନ୍ତିମ ସଂସ୍କାର - bhadrak district news

ପୂର୍ବତନ ମନ୍ତ୍ରୀ ସ୍ବର୍ଗତଃ ବିଜୟଶ୍ରୀ ରାଉତରାୟଙ୍କ ମରଶରୀର ଗୁରୁବାର ତାଙ୍କ କର୍ମଭୂମୀ ଭଦ୍ରକରେ ପହଞ୍ଚିଛି । ନିଜ ପୈତୃକ ଗ୍ରାମରେ ହେବ ଅନ୍ତିମ ସଂସ୍କାର । ଅଧିକ ପଢନ୍ତୁ....

ଜନ୍ମମାଟିରେ ପହଞ୍ଚିଲା ବିଜୟଶ୍ରୀଙ୍କ ମରଶରୀର , ପୈତୃକ ଗ୍ରାମରେ ହେବ ଅନ୍ତିମସଂସ୍କାର
ଜନ୍ମମାଟିରେ ପହଞ୍ଚିଲା ବିଜୟଶ୍ରୀଙ୍କ ମରଶରୀର , ପୈତୃକ ଗ୍ରାମରେ ହେବ ଅନ୍ତିମସଂସ୍କାର

By

Published : Jun 3, 2021, 5:28 PM IST

ଭଦ୍ରକ: ପୂର୍ବତନ ମନ୍ତ୍ରୀ ସ୍ବର୍ଗତଃ ବିଜୟଶ୍ରୀ ରାଉତରାୟଙ୍କ ମରଶରୀର ଗୁରୁବାର ଭଦ୍ରକ ଵିଜୁ ଜନତା ଦଳ ଜିଲ୍ଲା କାର୍ଯ୍ୟାଳୟରେ ପହଞ୍ଚିଛି । ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକଙ୍କ ସମେତ ଵହୁ ରାଜନେତାଙ୍କ ସମେତ ଭଦ୍ରକ ଵାସିନ୍ଦାମାନେ ଉପସ୍ଥିତ ରହି ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଦେଇଥିଲେ ।

ଜନ୍ମମାଟିରେ ପହଞ୍ଚିଲା ବିଜୟଶ୍ରୀଙ୍କ ମରଶରୀର , ପୈତୃକ ଗ୍ରାମରେ ହେବ ଅନ୍ତିମସଂସ୍କାର

ଦିବଙ୍ଗତ ରାଜନେତାଙ୍କ ପାର୍ଥିବ ଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ସମସ୍ତେ ତାଙ୍କର ଶେଷ ଦର୍ଶନ କରିଥିଲେ । ପରେ ତାଙ୍କ ମରଶରୀର ନିଜ ନିର୍ବାଚନମଣ୍ଡଳୀ ବାସୁଦେବପୁର ଅଭିମୁଖେ ନିଆଯାଇଛି । ତେବେ ବାସୁଦେବପୁର ଅଞ୍ଚଳ ପରିକ୍ରମା କରାଯିବା ପରେ ତାଙ୍କର ଜନ୍ମମାଟି ତିହିଡି ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁର ଗ୍ରାମକୁ ଆଣାଯାଇ ସେଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ସୂଚନା ମିଳିଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details