ଭଦ୍ରକ: ବିବାହ ଭୋଜି ଖାଇ 20ରୁ ଅଧିକ ଅସୁସ୍ଥ । ଭଦ୍ରକ ବ୍ଲକ କଲେଇ ପଞ୍ଚାୟତ ଚୁନିଦା ଗ୍ରାମରେ ଘଟିଛି ଏପରି ଘଟଣା । ଅସୁସ୍ଥ 20ଜଣଙ୍କ ମଧ୍ୟରୁ 5ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି ।
ସୂଚନାଅନୁସାରେ, ଚୁନିଦା ଗ୍ରାମରେ ଏକ ବିବାଘର ଭୋଜି ଆୟୋଜନ ହୋଇଥିଲା । ଗାଁ ଲୋକ ବିବାହ ଭୋଜି ଖାଇବାକୁ ଯାଇଥିଲେ । ଭୋଜି ଖାଇଥିବା ଲୋକଙ୍କ ମଧ୍ୟରୁ ହଠାତ୍ 20ଜଣଙ୍କ ଲୋକଙ୍କର ଅସ୍ବାଭାବିକ ଭାବରେ ପେଟ କାଟିବା ସହିତ ଝାଡା ଓ ବାନ୍ତି ହୋଇଥିଲା । ସେମାନେ ଅସୁସ୍ଥ ହୋଇପଡିଥିଲେ ।