ଓଡିଶା

odisha

ETV Bharat / state

ପାଣି ପାଇଁ ଡହଳବିକଳ ୫୦ରୁ ଊର୍ଦ୍ଧ୍ବ ପରିବାର - କାନପୁର ବେହେରା ସାହିରେ ଜଳ ସମସ୍ୟା

ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ବାମନବିନ୍ଧା ପଞ୍ଚାୟତ ଅଧିନ କାନପୁର ବେହେରା ସାହିର ୫୦ରୁ ଊର୍ଦ୍ଧ୍ବ ପରିବାର ପାଇପ୍ ଯୋଗେ ଦିଆଯାଉଥିବା ପାନୀୟ ଜଳ ଯୋଗାଣରୁ ବଞ୍ଚିତ ହେଉଛନ୍ତି । ଅଧିକ ପଢନ୍ତୁ

ପାଣି ପାଇଁ ଡହଳ ବିକଳ ହେଉଛନ୍ତି ୫୦ରୁ ଉର୍ଦ୍ଧ୍ବ ପରିବାର
ପାଣି ପାଇଁ ଡହଳ ବିକଳ ହେଉଛନ୍ତି ୫୦ରୁ ଉର୍ଦ୍ଧ୍ବ ପରିବାର

By

Published : May 8, 2022, 5:42 PM IST

ଭଦ୍ରକ: ସମସ୍ତଙ୍କୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଣର ପ୍ରତିଶୃତିବଦ୍ଧ ସରକାର । ଏନେଇ ବିଭିନ୍ନ ପ୍ରକାର ପ୍ରକଳ୍ପ ନିର୍ମାଣ କରି ପ୍ରଶାସନିକ ସ୍ତରରେ ଏହାର ତଦାରଖ ଓ ରକ୍ଷଣାବେକ୍ଷଣ ମଧ୍ୟ କରାଯାଉଛି । ହେଲେ ଆଜିର ଦିନରେ ବି ଲୋକେ ଜଳକଷ୍ଟ ପାଉଛନ୍ତି । ଗ୍ରୀଷ୍ଣ ଋତୁରେ ଜଳ ଯୋଗାଣର ଉପଯୁକ୍ତ ତଦନ୍ତ ତଥା ପଦକ୍ଷେପ ନେବାକୁ କଡା ନିର୍ଦ୍ଦେଶ ରହିଛି । ହେଲେ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ବାମନବିନ୍ଧା ପଞ୍ଚାୟତ ଅଧିନ କାନପୁର ବେହେରା ସାହିର ୫୦ରୁ ଊର୍ଦ୍ଧ୍ବ ପରିବାର ପାଇପ୍ ଯୋଗେ ଦିଆଯାଉଥିବା ପାନୀୟ ଜଳ ଯୋଗାଣରୁ ବଞ୍ଚିତ ହେଉଛନ୍ତି ।

ପାଣି ପାଇଁ ଡହଳ ବିକଳ ହେଉଛନ୍ତି ୫୦ରୁ ଉର୍ଦ୍ଧ୍ବ ପରିବାର

ଦୀର୍ଘଦିନ ଧରି ଏପରି ସମସ୍ୟା ଉପୁଜିଥିଲେ ମଧ୍ୟ ପଞ୍ଚାୟତ ସ୍ତରରୁ ଆରମ୍ଭ କରି ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ସମସ୍ତେ ଜାଣି ଅଜଣା ଅଭିନୟ କରୁଥିବା ଅଭିଯୋଗ ହୋଇଛି । ଏହି ବେହେରା ସାହି ପାଇଁ ଉଦ୍ଦିଷ୍ଟ 2ଟି ନଳକୂପ ମଧ୍ୟରୁ ଗୋଟିଏ କାମଚଳା ଥିବାବେଳେ ଅନ୍ୟଟି ଅଚଳ । ଯାହାକୁ ନେଇ ଅଧିବାସୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଅନ୍ୟପଟେ ଏହି ସାହିର ପଶ୍ଚିମ ପାର୍ଶ୍ବରେ ରହିଥିବା ହିତାଧିକାରୀମାନେ ବେଆଇନ୍ ଭାବେ ପାଇପ୍ ଲାଇନରେ ମୋଟର ଲଗାଇ ସିଧାସଳଖ ପାଣି ନେଉଛନ୍ତି ।

ଯାହାଫଳରେ ଏହି ସାହିକୁ ପାଣି ଆସିବାରେ ବାଧକ ସାଜିଛି । ସେମାନଙ୍କ ବିରୋଧରେ ବିହିତ ପଦକ୍ଷେପ ନେବା ସହିତ ଏହି ସାହିକୁ ପାଣି ଯୋଗାଣରେ ସବୁଦିନିଆ ସମାଧାନ କରିବା ଲାଗି ଦାବି ହୋଇଛି । ତେବେ ଏନେଇ ଖୁବଶୀଘ୍ର ବିହିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ବାମନବିନ୍ଧା ସରପଞ୍ଚ ମଧୁସ୍ମିତା ସେଠୀ । ଅନ୍ୟ ପକ୍ଷରେ ବିଭାଗୀୟ ଅଧିକାରୀ କି ଜିଲ୍ଲା ପ୍ରଶାସନ ଏନେଇ କୌଣସି ପ୍ରତିକ୍ରିୟା ପ୍ରକାଶ କରିବାକୁ ନାରାଜ୍ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details