ଓଡିଶା

odisha

ETV Bharat / state

ଅର୍ଥ ହେରଫେର ଅଭିଯୋଗରେ ଚାନ୍ଦବାଲି ବ୍ଳକ କାର୍ଯ୍ୟାଳୟ ଘେରାଉ - ଅର୍ଥ ହେରଫେର ଅଭିଯୋଗରେ ଚାନ୍ଦବାଲି ବ୍ଳକ କାର୍ଯ୍ୟାଳୟ ଘେରାଉ

ଅର୍ଥ ହେରଫେର ମାମଲାରେ ବାଲିଗାଁ ଶକ୍ତିମୟୀ ମହିଳା ମହାସଂଘ ପକ୍ଷରୁ ଚାନ୍ଦବାଲି ବ୍ଳକ କାର୍ଯ୍ୟାଳୟ ଘେରାଉ କରାଯାଇଛି ।

bhadrak
ଅର୍ଥ ହେରଫେର ଅଭିଯୋଗରେ ଚାନ୍ଦବାଲି ବ୍ଳକ କାର୍ଯ୍ୟାଳୟ ଘେରାଉ

By

Published : Dec 22, 2019, 8:25 AM IST

ଭଦ୍ରକ: ଅର୍ଥ ହେରଫେର ମାମଲାରେ ବାଲିଗାଁ ଶକ୍ତିମୟୀ ମହିଳା ମହାସଂଘ ପକ୍ଷରୁ ଚାନ୍ଦବାଲି ବ୍ଳକ କାର୍ଯ୍ୟାଳୟ ଘେରାଉ କରାଯାଇଛି । ମହିଳା ମହାସଂଘର ପୂର୍ବତନ ସମ୍ପାଦିକାଙ୍କ ନେତୃତ୍ବରେ ଶତାଧିକ ମହିଳା ବ୍ଲକ ପ୍ରକଳ୍ପ ଅଧିକାରୀ ଓ ବିଡ଼ିଓଙ୍କ ଉପରେ ବର୍ଷିବା ସହ ବ୍ଲକ କାର୍ଯ୍ୟାଳୟ ଆଗରେ ନାରାବାଜି କରିଛନ୍ତି । ମହିଳା ମାନଙ୍କର ଅଭିଯୋଗ ପରେ ଏହି ଘଟଣାକୁ ଚାନ୍ଦବାଲି ବିଡ଼ିଓ ଗୁରୁତର ସହ ନେଇ ଦୁର୍ନୀତି ନିବାରଣ ବିଭାଗକୁ ତଦନ୍ତ ଦାୟିତ୍ବ ପ୍ରଦାନ କରିଥିବା ଜଣାପଡିଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ମହାସଂଘର ପ୍ରଥମେ 40 ହଜାର ଓ ପରବର୍ତ୍ତୀ ସମୟରେ 4 ଲକ୍ଷ ଟଙ୍କା ଆତ୍ମସାତ କରାଯାଇଥିବା ଅଭିଯୋଗରେ କୁହାଯାଇଛି । ଏଣୁ ଏହାର ବିଧିବଦ୍ଧ ତଦନ୍ତ କରିବାକୁ ସଂଘ ଦାବି କରିଛି । ହେଲେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦକୁ ନେଇ ଏପରି ଅଭିଯୋଗ କରାଯାଉଥିବା ବ୍ଲକ ପ୍ରକଳ୍ପ ଅଧିକାରୀ କହିଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details