ଓଡିଶା

odisha

ETV Bharat / state

5 ଦଫା ଦାବିରେ ଚାନ୍ଦବାଲି ତହସିଲ ଘେରିଲେ ମୋଦିସେନା

5 ଦଫା ଦାବି ନେଇ ଚାନ୍ଦବାଲି ତହସିଲ ଅଫିସ ଘେରାଉ କରିଛନ୍ତି ମୋଦିସେନା । ଘେରାଉରେ ମୋଦି ସେନାକୁ ସମର୍ଥନ କରି ଚାନ୍ଦବାଲିର ମଜଦୁର ସଂଘ, ନିର୍ମାଣ ଶ୍ରମିକ ସଂଘ, ସବୁଜ କାର୍ଡଧାରୀ ମହିଳା ମହାସଂଘ ମଧ୍ୟ ସାମିଲ ହୋଇଛନ୍ତି ।

By

Published : Jun 25, 2019, 10:16 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ଭଦ୍ରକ: ଚାନ୍ଦବାଲିରେ ଲାଗିରହିଥିବା ସ୍ଥାନୀୟ ସମସ୍ୟାର ସମାଧାନ ପାଇଁ ମୋଦିସେନା ପକ୍ଷରୁ ତହସିଲ ଅଫିସ ଘେରାଉ । 5 ଦଫା ଦାବି ନେଇ ତହସିଲ ଅଫିସ ଘେରାଉ କରିଛି ସେନା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ଚାନ୍ଦବାଲି ଶିଳ୍ପ ପ୍ରତିଷ୍ଠାନ, ଆଦାନୀ ପୋର୍ଟରେ ବେକାରୀ ଯୁବକ ଯୁବତୀ ମାନଙ୍କୁ କର୍ମ ନିଯୁକ୍ତି, ବିପର୍ଯ୍ୟସ୍ତ ହୋଇପଡିଥିବା ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନିଯୁକ୍ତି ଓ ଚାନ୍ଦବାଲିରେ ବିପଦପୂର୍ଣ୍ଣ ଅବସ୍ଥାରେ ଦଣ୍ଡାୟମାନ ବୈତରଣୀ ସେତୁ ମରାମତି ଆଦି 5 ଦଫା ଦାବି ନେଇ ମୋଦିସେନା ଆଜି(ମଙ୍ଗଳବାର) ତହସିଲ ଘେରାଉ କରିଛି ।

ଏହାର ସମାଧାନ ଦାବି କରି ସରକାରଙ୍କୁ ଦାବିପତ୍ର ପ୍ରଦାନ କରିଛି ସେନା । ଏହି ଘେରାଉରେ ମୋଦିସେନାକୁ ସମର୍ଥନ କରି ଚାନ୍ଦବାଲିର ମଜଦୁର ସଂଘ, ନିର୍ମାଣ ଶ୍ରମିକ ସଂଘ, ସବୁଜକାର୍ଡ ଧାରୀ ମହିଳା ମହାସଂଘ ମଧ୍ୟ ସାମିଲ ହୋଇଥିଲେ । ଦାବି ଗୁଡିକର ଯଥାଶିଘ୍ର ସମାଧାନ ନହେଲେ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି ସେନା ଚେତାବନୀ ଦେଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details