ଓଡିଶା

odisha

ETV Bharat / state

ପ୍ରାକୃତିକ ବିପର୍ଯ୍ୟୟ ରୋକିବାକୁ ମକଡ୍ରିଲ - ଆଶ୍ରୟସ୍ଥଳରେ ମକଡ୍ରିଲ

ଭଦ୍ରକ ଜିଲ୍ଲାରେ ଚାଲିଛି ମକଡ୍ରିଲ । ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ କିଭଳି ଲୋକଙ୍କୁ ସାହାଯ୍ୟ କରାଯିବ ସେନେଇ ଚାଲିଛି ପ୍ରସ୍ତୁତି । ଅଧିକ ପଢ଼ନ୍ତୁ

ପ୍ରାକୃତିକ ବିପର୍ଯ୍ୟୟ ରୋକିବାକୁ ମକଡ୍ରିଲ
ପ୍ରାକୃତିକ ବିପର୍ଯ୍ୟୟ ରୋକିବାକୁ ମକଡ୍ରିଲ

By

Published : Jun 21, 2022, 9:18 PM IST

ଭଦ୍ରକ : ବର୍ଷା ଦିନ ଆସିଲେ ଭଦ୍ରକ ଜିଲ୍ଲାରେ ବାତ୍ୟା ଓ ବନ୍ୟା ଭୟ ଦେଖାଯାଇଥାଏ । ତେଣୁ ଲୋକମାନଙ୍କୁ ଏହି ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିପରି ଉଦ୍ଧାର କରାଯାଇ ପାରିବ ସେଥିପାଇଁ ଚଳିତ ବର୍ଷ ବିଭିନ୍ନ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ NDRF ଓ ODRAF ସହଯୋଗରେ ମକଡ୍ରିଲ କରାଯାଇଛି । ଏଥିପାଇଁ ଭଦ୍ରକ ଜିଲ୍ଲାର ବନ୍ତ ବ୍ଲକ ଅଧିନସ୍ଥ ଚାରିଗାଁ ଠାରେ ଥିବା ବାତ୍ୟା ଆଶ୍ରୟସ୍ଥଳ ଓ ପାଖରେ ଥିବା ସାଳନ୍ଦୀ ନଦୀରେ ମକଡ୍ରିଲ କରାଯାଇଛି ।

ପ୍ରାକୃତିକ ବିପର୍ଯ୍ୟୟ ରୋକିବାକୁ ମକଡ୍ରିଲ

NDRFର ଏକ ୨୩ଜଣିଆ ସ୍ୱତନ୍ତ୍ର ଟିମ ସବୁ ଆବଶକୀୟ ସରଞ୍ଜାମ ନେଇ ସେଠାରେ ପହଞ୍ଚିଥିଲେ । ପରେ ବିଭିନ୍ନ ଗ୍ରାମକୁ ଯାଇ ବନ୍ୟା ଓ ବାତ୍ୟା ସମୟରେ କିପରି ସଚେତନ ରହିବେ ଓ ବାତ୍ୟା ଆଶ୍ରୟସ୍ଥଳକୁ ଆସି ପାରିବେ ସେଥିପାଇଁ ଲୋକମାନଙ୍କୁ ସଚେତନ କରିଥିଲେ। ଏପରିକି ବୃଦ୍ଧ, ବୃଦ୍ଧା ଓ ଗର୍ଭବତୀ ମାନଙ୍କୁ କିପରି ବାତ୍ୟା ଆଶ୍ରୟସ୍ଥଳକୁ ଷ୍ଟ୍ରେଚରରେ ନିରାପଦ ଭାବେ ଅଣାଯାଇପାରିବ ତାର ଡେମୋ ଦେଖାଇଥିଲେ।

ସେହିପରି ବନ୍ୟା ଆସିଲେ ଜଳବନ୍ଦୀରେ ଥିବା ଲୋକମାନଙ୍କୁ କିପରି ପାୱାର ବୋଟରେ ଉଚ୍ଚସ୍ଥାନକୁ ଅଣାଯାଇପାରିବ ସେଥିପାଇଁ ନଦୀରେ ମକଡ୍ରିଲ କରି ଡେମୋ ଦେଖାଇଥିଲେ । ଏହି ମକ ଡ୍ରିଲରେ ଅଗ୍ନିଶମ ବିଭାଗ ସହଯୋଗ କରିଥିବା ବେଳେ ସ୍ଥାନୀୟ ସ୍ବେଚ୍ଛାସେବୀ ଯୋଗଦେଇଥିଲେ ।

ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

...view details