ଭଦ୍ରକ:ଏକ କୋଟିରୁ ଊର୍ଦ୍ଧ୍ବ ମୂଲ୍ୟର ଚୋରା ମୋବାଇଲ ଟାଓ୍ବାର ଯନ୍ତ୍ରାଂଶ (mobile tower parts)ବୋଝେଇ ଟ୍ରକ ଜବତ ସହ 2 ଜଣଙ୍କୁ ଗିରଫ କଲା ଭଦ୍ରକ ପୋଲିସ । ୨ ଅଭିଯୁକ୍ତ ହେଉଛନ୍ତି ଟ୍ରକ ଡ୍ରାଇଭର ଯଶବତ ସିଂହ ଓ ବ୍ୟବସାୟୀ ଆସିଫ ମଲ୍ଲିକ।
ସୂଚନାଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ପୁରୁଣା ବଜାର କାଜିସାହିରେ ଏକ ଟ୍ରକରେ ଚୋରା ମାଲ ଲୋଡିଙ୍ଗ ଚାଲିଥିବା ନେଇ ପୋଲିସ କୌଣସି ସୁତ୍ରରୁ ଖବର ପାଇଥିଲା । ଏନେଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଟ୍ରକଟିକୁ ଜବତ କରିବା ସହ ବିଭିନ୍ନ ମୋବାଇଲ କମ୍ପାନିର ଅଧିକାରୀଙ୍କୁ ଡକାଇ ଯାଞ୍ଚ କରିଥିଲା । ତେବେ ବୋଝେଇ ହୋଇଯାଉଥିବା ଚୋରା ମୋବାଇଲ ଟାୱାର ଯନ୍ତ୍ରାଂଶ ଓ ତମ୍ବା ତାର ମୂଲ୍ୟ କୋଟିଏରୁ ଅଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।