ଓଡିଶା

odisha

ETV Bharat / state

ମରଣଯନ୍ତା ପାଲଟିଛି ମୋବାଇଲ ଟାୱାର ! ଗଲାଣୀ ଅନେକ ନିରୀହ ପଶୁଙ୍କ ଜୀବନ - ଟାୱାର କମ୍ପାନୀ

ମୋବାଇଲ ଟାୱାର ଖୁଣ୍ଟିର ଚତୁଃପାର୍ଶ୍ଵରେ ପାଚେରୀ ନଥିବାରୁ ବିଦ୍ୟୁତ ସଂସ୍ପର୍ଶରେ ଆସି ଯାଉଛି ନୀରିହ ପଶୁଙ୍କ ଜୀବନ । ଅଧିକ ପଢନ୍ତୁ...

ମରଣଯନ୍ତା ପାଲଟିଛି ଟାୱାର ଖୁଣ୍ଟି
ମରଣଯନ୍ତା ପାଲଟିଛି ଟାୱାର ଖୁଣ୍ଟି

By

Published : Jul 4, 2021, 1:18 PM IST

ଭଦ୍ରକ: ଟାୱାର କମ୍ପାନୀର ବେପରୁଆ ମନୋଭାବ ଯୋଗୁଁ ମରଣଯନ୍ତା ପାଲଟିଛି ଟାୱାର ଚତୁଃପାର୍ଶ୍ଵ । ଅଧିକାଂଶ ସମୟରେ ଚାଲିଯାଉଛି ନିରିହ ପଶୁଙ୍କ ଜୀବନ। ଭଦ୍ରକ ଜିଲ୍ଲା ତିହିଡି ଥାନା କମାରିଆ ବଜାରସ୍ଥିତ ଏକ ମୋବାଇଲ ଟାୱାର ଖୁଣ୍ଟିର ଚତୁଃପାର୍ଶ୍ଵରେ ପାଚେରୀ ନାହିଁ । ଫଳରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଗୋଟିଏ ପରେ ଗୋଟିଏ ନୀରିହ ପଶୁଙ୍କ ଜୀବନ ଯାଉଛି।

ମରଣଯନ୍ତା ପାଲଟିଛି ଟାୱାର ଖୁଣ୍ଟି

ତେବେ କୋହ୍ଲ ଗ୍ରାମର ଶିବ ସୁନ୍ଦର ଦାସଙ୍କ ଗାଈ ନିଖୋଜ ଥିବା ବେଳେ ଆଜି ସକାଳେ ଗାଈଟିର ମୃତଦେହ ଏହି ଟାୱାର ନିକଟରୁ ଉଦ୍ଧାର କରାଯାଇଛି । ସେହିପରି ପୂର୍ବରୁ ମଧ୍ୟ ଏହିପରି ବିଭିନ୍ନ ଗୃହପାଳିତ ପଶୁମାନେ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ତେବେ ଏନେଇ ଗାଈ ମାଲିକକୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବା ସହିତ ଟାୱାର ଚାରିପାଖରେ ପାଚେରୀ ନିର୍ମାଣ କରିବା ଲାଗି ଦାବି କରାଯାଇଛି । ଅନ୍ୟପଟେ ଟାୱାର କମ୍ପାନୀର କର୍ମଚାରୀଙ୍କ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ଜଣାପଡିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details