ଓଡିଶା

odisha

ETV Bharat / state

ଗୁଳିମାଡ କରି ମେଡିସିନ୍‌ ଷ୍ଟୋରରୁ ଟଙ୍କା ସହ ମୋବାଇଲ ଲୁଟି ନେଲେ ଲୁଟେରା

ଭଦ୍ରକ ଆରଡ଼ି ଛକରେ ଗୁଳିକାଣ୍ଡ । ଗୁଳିମାଡ଼ କରି ମେଡ଼ିସିନ ଷ୍ଟୋରରୁ ୩ଟି ମୋବାଇଲ ସହ ଟଙ୍କା ଲୁଟି ନେଲେ ଲୁଟେରା । ଅଧିକ ପଢନ୍ତୁ...

By

Published : Nov 11, 2021, 9:30 AM IST

Updated : Nov 11, 2021, 9:46 AM IST

ଗୁଳିମାଡ଼ କରି ମେଡ଼ିସିନ ଷ୍ଟୋରରୁ ମୋବାଇଲ ସହ ଟଙ୍କା ଲୁଟ
ଗୁଳିମାଡ଼ କରି ମେଡ଼ିସିନ ଷ୍ଟୋରରୁ ମୋବାଇଲ ସହ ଟଙ୍କା ଲୁଟ

ଭଦ୍ରକ:ଜିଲ୍ଲା ଆରଡ଼ି ଛକରେ ଫୁଟିଲା ଗୁଳି । ଗୁଳିମାଡ଼ କରି ମେଡ଼ିସିନ ଷ୍ଟୋରରୁ ୩ଟି ମୋବାଇଲ ସହ ଟଙ୍କା ଲୁଟିନେଲେ ଲୁଟେରା । ଅଳ୍ପକେ ବର୍ତ୍ତିଲେ ଦୋକାନୀ । ଗତକାଲି ରାତିରେ ଆରଡ଼ି ଛକ ନିକଟଡ଼ିସିନ ଦୋକାନକୁ କିଛି ଦୁର୍ବୃତ୍ତ ବାଇକ ଯୋଗେ ଆସି ଦୋକାନୀଙ୍କ ଉପରେ ପ୍ରଥମେ ଗୁଳି ଚାଳନା କରିଥିଲେ। କିନ୍ତୁ ଗୁଳିଟି ଦୋକାନୀଙ୍କ ଦେହରେ ନବାଜି ଦୋକାନ କାନ୍ଥରେ ବାଜିଥିଲା ।

ଗୁଳିମାଡ଼ କରି ମେଡ଼ିସିନ ଷ୍ଟୋରରୁ ମୋବାଇଲ ସହ ଟଙ୍କା ଲୁଟ

ଫଳରେ ଅଳ୍ପକେ ବର୍ତ୍ତି ଯାଇଥିଲେ ଦୋକାନୀ । ତେବେ ଗୁଳି ଶବ୍ଦ ଶୁଣି ଦୋକାନୀଙ୍କ ସମେତ ଆଖପାଖ ଲୋକମାନେ ଭୟରେ ଦୌଡ଼ି ପଳାଇବାରୁ ଦୁର୍ବୃତ୍ତ ମାନେ ମେଡ଼ିସିନ ଦୋକାନରୁ ମୋବାଇଲ ସହ କିଛି ଟଙ୍କା ଲୁଟ କରି ଫେରାର ହୋଇଯାଇଥିଲେ । ଏନେଇ ଖବର ପାଇ ଘଟଣାସ୍ଥଳରେ ଗ୍ରାମାଞ୍ଚଳ ଥାନାଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତିନୋଟି ବାଇକ ଯୋଗେ ୭ରୁ ଊର୍ଦ୍ଧ୍ୱ ଦୁର୍ବୃତ୍ତ ଆସିବାଥିବା ଏହି ଘଟଣାରେ ସମ୍ପୃକ୍ତି ଥିବା ସୂଚନା ମିଳିଛି । ତେବେ ଗୁଳିକାଣ୍ଡକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିବା ବେଳେ ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Last Updated : Nov 11, 2021, 9:46 AM IST

ABOUT THE AUTHOR

...view details