ଭଦ୍ରକ: ଋଣ ଉଠାଇବାକୁ ଆସି ଲୁଟର ଶିକାର ହେଲେ ଭଣ୍ଡାରିପୋଖରୀ ବ୍ଲକ ପିରିପୁର ଅଞ୍ଚଳର ଏକ ସ୍ଵଂୟ ସହାୟକ ଗ୍ରୁପର ସଦସ୍ୟା । ଏଭଳି ଘଟଣା ଘଟିଛି ଭଦ୍ରକ ବାଇପାସ ନିକଟସ୍ଥ ଏଚଡ଼ିଏଫସି ବ୍ୟାଙ୍କ ପରିସରରେ । ଏ ସମ୍ପର୍କରେ ଗ୍ରୁପର ସଂପାଦିକା ରାଜଲକ୍ଷ୍ମୀ ପଣ୍ଡା ଥାନାରେ ଏତଲା ଦେଇଛନ୍ତି ।
ସୂଚନାମୁତାବକ, ସ୍ଵଂୟ ସହାୟକ ଗ୍ରୁପର ସଦସ୍ୟା 1 ଲକ୍ଷ 64 ହଜାର ଟଙ୍କା ଋଣ ଉଠାଇ ଗଣିବା ସମୟରେ 2 ଜଣ ଯୁବକ ସେଠରେ ପହଞ୍ଚିଥିଲେ । ଗୋଟିଏ 5 ଶହ ଟଙ୍କିଆ ବଣ୍ଡଲରେ 3 ଟି ନକଲି ନୋଟ ଥିବା କହି ଏହାକୁ ବଦଳାଇ ଆଣିବାକୁ ସଂପୃକ୍ତ ଦୁଇ ଯୁବକ କହିଥିଲେ ।