ଓଡିଶା

odisha

By ETV Bharat Odisha Team

Published : Oct 16, 2023, 9:21 AM IST

ETV Bharat / state

ପୋଲିସ ଘରେ ପଶି କଳାକାନା ବୁଲାଇଲେ ଚୋର, ଲୁଟି ନେଲେ ଲକ୍ଷାଧିକ ଟଙ୍କା

ପୋଲିସ ଘରୁ ଚୋରି। ଟଙ୍କା ଓ ସୁନା ଚୋରି କରି ତମ୍ପଟ ମାରିଲେ ଲୁଟେରା । ଅଧିକ ପଢ଼ନ୍ତୁ

loot money from retired police officers house
loot money from retired police officers house

loot money from retired police officers house

ଭଦ୍ରକ: ପୋଲିସ ଘରେ ପଶି ଲୁଟ କଲେ ଲୁଟେରା । ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଚୋରି କରିବା ସହ ତାଙ୍କ ପତ୍ନୀଙ୍କୁ ମାଡ ମାରି ଲହୁଲୁହାଣ ପରେ ଚମ୍ପଟ ମନାରିଲେ ଲୁଟେରା । ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଗୋରାମାଟି ପଞ୍ଚାୟତ ଅର୍ନ୍ତଗତ ଚକପୁର ଗ୍ରାମରେ । ଅବସର ପ୍ରାପ୍ତ ପୋଲିସ ଅଧିକାରୀ ଅଭୟ ପଲାଇ ଓ ତାଙ୍କର ଜଣେ ପଡୋଶୀଙ୍କ ଘରେ ଦୁର୍ବୃତ୍ତମାନେ ନିଶା ଯୁକ୍ତ ତରଳ ପଦାର୍ଥ ସ୍ପ୍ରେ କରି ପାଖାପାଖି ଟଙ୍କା ଓ ସୁନା ଲୁଟ୍‌ କରିଛନ୍ତି । ପାଖା ପାଖି 25 ଲକ୍ଷରୁ ଅଧିକ ଟଙ୍କା ଓ ସୁନା ଲୁଟ କରିଛନ୍ତି ।

ଚକପୁର ଗ୍ରାମର ଅବସରପ୍ରାପ୍ତ ପୋଲିସ ଅଧିକାରୀ ଅଭୟ କୁମାର ପଲେଇ ଏବଂ ତାଙ୍କ ପତ୍ନୀ ପ୍ରମିଳାଙ୍କର ଚାରି ଜଣ ପୁଅ ରହିଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ବାଲେଶ୍ବର ଭିଜିଲାନ୍ସ କାର୍ଯ୍ୟାଳୟରେ ଏଏସ୍‌ଆଇ ଭାବେ ବର୍ତ୍ତମାନ କାର୍ଯ୍ୟ କରୁଥିବା ବେଳେ ଅନ୍ୟ ଦୁଇ ଜଣ ପୁଅ ବାଲେଶ୍ବର ଜିଲ୍ଲା ପୋଲିସ ବିଭାଗରେ କନେଷ୍ଟବଳ ପଦବୀ କାର୍ଯ୍ୟ ନିର୍ବାହ କରୁଛନ୍ତି । ଅନ୍ୟ ଜଣେ ପୁଅ CRPFରେ ଯବାନ ଭାବେ କାର୍ଯ୍ୟ ସମ୍ପାଦନ କରୁଛନ୍ତି ।

ଏହା ମଧ୍ୟ ପଢନ୍ତୁ-ବନ୍ଧା ହେଲେ ସୁପର ବାଇକ ଛିନତାଇ ଗ୍ୟାଙ୍ଗ, ଦିନରେ ମାଛ ବେପାର ରାତିରେ କରୁଥିଲେ ଗାଡି ଚୋରି

ଏହାର ସୁଯୋଗ ନେଇ ରବିବାର ବିଳମ୍ବିତ ରାତି ପ୍ରାୟ 2ଟା ରୁ 3ଟା ମଧ୍ୟରେ 4 ରୁ 5 ଜଣ ଦୁର୍ବୃତ୍ତ ଅଭୟ କୁମାର ପଲେଇଙ୍କ ଘର ପଛ ପାଖ ଗ୍ରିଲ ଏବଂ କବାଟ ତାଡ଼ି ଭିତରେ ପଶିଥିଲେ। ପ୍ରଥମେ ସେମାନେ ଅଭୟ ଶୋଇଥିବା ଘର କବାଟକୁ ବାହାର ପଟୁ ବନ୍ଦ କରି ଅନ୍ୟ ରୁମରେ ଥିବା ଆଲମିରା, ଆଟାଚି ଭାଙ୍ଗି ଲୁଟିବା ଆରମ୍ଭ କରିଥିଲେ। ଏହି ସମୟରେ ଶବ୍ଦ ଶୁଣି ଅନ୍ୟ ଏକ ଘରେ ଶୋଇଥିବା ଅଭୟଙ୍କ ବୃଦ୍ଧା ପତ୍ନୀ ପ୍ରମିଳାଙ୍କ ନିଦ ଭାଙ୍ଗି ଯାଇଥିଲା। ସେ ଉଠି ଆସି ଦୁର୍ବୃତ୍ତ ମାନଙ୍କୁ ବିରୋଧ କରିଥିଲେ। ଏଥିରେ ଉତକ୍ଷୀପ୍ତ ହୋଇ ସେମାନେ କବାଟ ବାଡିରେ ପ୍ରମିଳାଙ୍କୁ ନିସ୍ତୁକ ଭାବେ ପିଟିଥିଲେ। ଫଳରେ ତାଙ୍କର ହାତ ଭାଙ୍ଗି ଯିବା ସହ ମୁଣ୍ଡ ମଧ୍ଯ ଫାଟିଯାଇଥିଲା।

ଏହା ଶୁଣି ଅଭୟଙ୍କ ନିଦ ମଧ୍ଯ ଭାଙ୍ଗି ଯାଇଥିଲା। ହେଲେ ବାହାର ପଟୁ ତାଙ୍କ ରୁମ କୁ ଦୁର୍ବୃତ୍ତ ମାନେ ବନ୍ଦ କରି ଦେଇଥିବା ଯୋଗୁଁ ସେ ବାହାରି ପାରି ନଥିଲେ। ତେଣୁ ଟଙ୍କା ଏବଂ ସୁନା ଗହଣା ଲୁଟିବା ପରେ ପ୍ରମିଳାଙ୍କୁ ଦୁର୍ବୃତ୍ତ ମାନେ ଏକ ଘରେ ପକାଇ ଚମ୍ପଟ ମାରିଥିଲେ। ବହୁ କଷ୍ଟରେ ପ୍ରମିଳା ଘୁସୁରି ଘୁସୁରି ସ୍ବାମୀଙ୍କୁ ବାହାର କରିବା ସହ ପାଖ ପଡ଼ୋଶୀ ଙ୍କୁ ଜଣାଇଥିଲେ। ପରେ ଗୁରୁତର ପ୍ରମିଳାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ସେହିପରି ଅଭୟ ପଲାଇଙ୍କ ପଡ଼ୋଶୀ ନାରାୟଣ ବେହେରାଙ୍କ ଘରେ ମଧ୍ଯ ଦୁର୍ବୃତ୍ତମାନେ କିଛି ନିଶା ଯୁକ୍ତ ତରଳ ପଦାର୍ଥ ସ୍ପ୍ରେ କରି ଲୁଟ କରିଥିବା ଜଣାପଡ଼ିଛି। ଏନେଇ ଖବର ପାଇ ସାବରଙ୍ଗ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବାଲେଶ୍ବରରୁ ସାଇଣ୍ଟିଫିକ ଟିମ୍‌ ସହ ସନ୍ଧାନୀ କୁକୁର ଆଣି ବିଭିନ୍ନ ଦିଗ କୁ ଆଧାର କରି ତଦନ୍ତ ଆରମ୍ଭ କରିଛନ୍ତି। ତେବେ ତଦନ୍ତ ସମୟରେ ପୋଲିସ ହାତରେ କିଛି ଗୁରୁତ୍ଵପୂର୍ଣ୍ଣ ସୁରାକ୍‌ ଲାଗିଥିବା ସୂଚନା ମିଳିଛି । ହେଲେ ଏନେଇ କୌଣସି ଗିରଫଦାରୀ ହୋଇନଥିବା ବେଳେ ପୋଲିସ ପକ୍ଷରୁ ମଧ୍ଯ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ ।

ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

...view details