ଭଦ୍ରକ:ପଞ୍ଚାୟତ ନିର୍ବାଚନକୁ ନେଇ ବଢୁଛି ବିଶୃଙ୍ଖଳା । ବୁଥରୁ ବାଲଟ ପେପର ଧରି ଦୌଡି ପଳାଇଲେ ସରପଞ୍ଚଙ୍କ ଏଜେଣ୍ଟ । ଫଳରେ ଭୋଟ ଆରମ୍ଭରୁ ବନ୍ଦ ହୋଇଛି ଶେଷ ପର୍ଯ୍ୟାୟ ମତଦାନ । ଏଭଳି ଅଭିଯୋଗ ଆସିଛି ଭଦ୍ରକ ଧାମନଗର କଟସାହି ପଞ୍ଚାୟତରୁ । 36 ଜଣ ଭୋଟ ଦେବା ପରେ ସରପଞ୍ଚଙ୍କ ଏଜେଣ୍ଟ କଟସାହି ପଞ୍ଚାୟତର ୧ନମ୍ବର ବୁଥରୁ ବାଲଟ ପେପର ନେଇ ଦୌଡ଼ି ପଳାଇଥିଲେ । ପରେ ପୋଲିସ ଓ ସ୍ଥାନୀୟ ଲୋକେ ଗୋଡ଼ାଇ ଯାଇ ଏଜେଣ୍ଟଙ୍କୁ ଧରି ଥାନାକୁ ନେଇଛନ୍ତି । ଏଜେଣ୍ଟଙ୍କ ମାଡ଼ରେ ଜଣେ ବୃଦ୍ଧ ଆହତ ହୋଇଥିବା ଅଭିଯୋଗ ହୋଇଛି ।
ବାଲଟ ପେପର ଛଡାଇ ନେଲା ସରପଞ୍ଚଙ୍କ ଏଜେଣ୍ଟ, ଧାମନଗରରେ ଭୋଟିଂ ବନ୍ଦ - miscreant decamps with ballot papers in bhadrak
ଭଦ୍ରକ ଧାମନଗର କଟସାହି ପଞ୍ଚାୟତର ୧ ନମ୍ବର ବୁଥରେ ମତଦାନ ବନ୍ଦ । ବୁଥରୁ ବାଲଟ ପେପର ଧରି ସରପଞ୍ଚଙ୍କ ଏଜେଣ୍ଟ ଦୌଡି ପଳାଇଥିବା ଅଭିଯୋଗ । ଅଧିକ ପଢନ୍ତୁ
ଆରମ୍ଭରୁ ଭୋଟିଂ ବନ୍ଦ, ବାଲାଟ ପେପର ଧରି ଦୈଡି ପଳାଇଲେ ସରପଞ୍ଚଙ୍କ ଏଜେଣ୍ଟ
ସୂଚନା ଅନୁୟାୟୀ, ଆଜି ପଞ୍ଚାୟତ ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ ଥିବା ବେଳେ ଧାମନଗର ବ୍ଲକରେ ମୋଟ 31ଟି ଗ୍ରାମ ପଞ୍ଚାୟତ ଓ 4ଟି ଜିଲ୍ଲା ପରିଷଦ ପାଇଁ ଭୋଟିଂ ହେଉଛି । ବ୍ଲକର 405ଟି ବୁଥରେ ଭୋଟିଂ ହେଉଥିବା ବେଳେ 61ଟି ବୁଥକୁ ସମ୍ବେଦନଶୀଳ ବୁଥ ଭାବେ ଚିହ୍ନଟ କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୋଲିସ ମୁତୟନ କରାଯିବା ସହ ପାଟ୍ରୋଲିଂ ଟିମ ମଧ୍ୟ ବିଭିନ୍ନ ଅଞ୍ଚଳରେ ପଇଁତରା ମାରୁଛନ୍ତି । ଏହାରି ମଧ୍ୟରେ ବି କଟସାହି ପଞ୍ଚାୟତ 1 ନମ୍ବର ବୁଥରେ ସରପଞ୍ଚଙ୍କ ଏଜେଣ୍ଟ ଏଭଳି କାଣ୍ଡ ଘଟାଇବାରୁ ଭୋଟିଂ ବନ୍ଦ ହୋଇଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ
Last Updated : Feb 24, 2022, 10:48 AM IST
TAGGED:
ଧାମନଗରରେ ଭୋଟିଂ ବନ୍ଦ