ଓଡିଶା

odisha

By

Published : Jan 8, 2023, 11:10 PM IST

ETV Bharat / state

ଅସାମାଜିକ ଯୁବକଙ୍କ ଦୌରାତ୍ମ୍ୟ, କାନ୍ଦିଲେ ମହିଳା ଅତିରିକ୍ତ ତହସିଲଦାର

ଭଦ୍ରକ ଜିଲ୍ଲା ରେ ମହିଳା ଅତିରିକ୍ତ ତହସିଲଦାର ବିନିତାରାଣୀ କିସ୍କୁଙ୍କୁ ଅସାମାଜିକ ଯୁବକ ଙ୍କ ଦୌରାତ୍ମ୍ୟ । ଅଧିକ ପଢନ୍ତୁ

female additional tahasildar
female additional tahasildar

ଭଦ୍ରକ: ଅସାମାଜିକ ଯୁବକ ଙ୍କ ଦୌରାତ୍ମ୍ୟ। ଜୀବନ ବଞ୍ଚାଇବା ପାଇଁ ଅଫିସକୁ ଆସିବା ପରେ ମଧ୍ୟ ଛାଡିଲେ ନାହିଁ । ଗାଳିଗୁଲଜ ସାଙ୍ଗକୁ ଧମକାଇଲେ । ଫଳରେ ଭୟ ରେ କାନ୍ଦିଲେ ମହିଳା ଅତିରିକ୍ତ ତହସିଲଦାର ବିନିତାରାଣୀ କିସ୍କୁ । ଭଦ୍ରକ ଜିଲ୍ଲାରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ।

ଅଭିଯୋଗ ଅନୁଯାୟୀ, ବେଆଇନ ମାଟି ଉଠାଣ ନେଇ କେତେକ ଲୋକଙ୍କ ଅଭିଯୋଗ ପରେ ତଦନ୍ତ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଅତିରିକ୍ତ ତହସିଲଦାର ବିନିତାରାଣୀ କିସ୍କୁ କେତେକ ଅଫିସରଙ୍କ ସହ ଆଗରପଡା ଥାନା ଅଧିନ ଅଣିଜ ପଞ୍ଚାୟତ ନରିପୁରକୁ ତଦନ୍ତ ପାଇଁ ଯାଇଥିଲେ । ସେହି ସମୟରେ 3 ଜଣ ଯୁବକ ତାଙ୍କୁ ଅଟକାଇ ଗାଳିଗୁଲଜ କରିଥିଲେ । ତେବେ ଅତିରିକ୍ତ ତହସିଲଦାର ଘଟଣାସ୍ଥଳରୁ ସ୍ଥାନୀୟ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ କୁ ପଳାଇ ଆସିଥିଲେ । ତେବେ ସେହି 3 ଜଣ ଯୁବକ ପୁନଃ ଆର ଆଇ ଅଫିସକୁ ଆସି ପୁଣି ଦୁର୍ବ୍ୟହାର କରିବା ସହ ଗାଳିଗୁଲଜ କରିଥିଲେ । ଭୟରେ ମହିଳା ଅତିରିକ୍ତ ତହସିଲଦାର କାନ୍ଦିକାନ୍ଦି ଆଗରପଡା ଥାନା ରେ ପହଞ୍ଚି ପୋଲିସକୁ ଜଣାଇଥିଲେ ।

ତେବେ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ବୋଲି ଜଣାପଡିଛି । ଏ ନେଇ ଆଗରପଡା ଥାନା ରେ ସମ୍ପୃକ୍ତ 3 ଯୁବକ ଙ୍କ ନାଁରେ ଲିଖିତ ଏତଲା ଦେଇଛନ୍ତି ବନ୍ତ ବ୍ଲକର ଅତିରିକ୍ତ ତହସିଲଦାର ବିନିତାରାଣୀ କିସ୍କୁ । ଅନ୍ୟପଟେ ଘଟଣାକୁ ନେଇ ପୋଲିସ ତରଫରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ ।

ଇଟିଭି ଭାରତ,ଭଦ୍ରକ

ABOUT THE AUTHOR

...view details