ଓଡିଶା

odisha

ETV Bharat / state

ରେବ ନଦୀରେ ବୁଡି ନାବାଳକର ମୃତ୍ୟୁ - minor dies of drowning

ଭଦ୍ରକ ଜିଲ୍ଲାର ରେବ ନଦୀରେ ବୁଡି ନାବାଳକ ମୃତ୍ୟୁ । ସେପଟେ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ତାଲା ଝୁଲୁଥିବାରୁ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି । ଅଧିକ ପଢନ୍ତୁ....

ରେବ ନଦୀରେ ବୁଡି ନାବାଳକର ମୃତ୍ୟୁ

By

Published : Nov 7, 2019, 4:29 AM IST

ଭଦ୍ରକ: ନଦୀରେ ବୁଡି 8 ବର୍ଷର ନାବାଳକର ମୃତ୍ୟୁ । ଏଭଳି ଦୁଃଖଦ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧୂସୁରି ଥାନା ଅନ୍ତର୍ଗତ ଦିନାଜପୁର ଗାଁରେ । ମୃତକ ହେଲେ ସେହି ଗାଁର ଶୁଭଙ୍କର ବୋଲି ଜଣାପଡିଛି ।

ରେବ ନଦୀରେ ବୁଡି ନାବାଳକର ମୃତ୍ୟୁ

ସୂଚନା ଅନୁଯାୟୀ, ମୃତ ଶୁଭଙ୍କର ଗାଁର ରେବ ନଦୀକୁ ଗାଧେଇବାକୁ ଯାଇଥିବା ବେଳେ ହଠାତ୍ ବୁଡି ଯାଇଥିଲେ । ପରିବାରଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ ନିକଟସ୍ଥ ଅସୁରାଳି ପ୍ରାଥମିକ ଚିକିତ୍ସା କେନ୍ଦ୍ରକୁ ନେଇଥିଲେ । ହେଲେ ସେଠାରେ ସ୍ବାସ୍ଥ୍ୟକେନ୍ଦ୍ର ତାଲା ପଡିଥିବାରୁ ଲୋକେ ବାଧ୍ୟ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଅନ୍ୟପଟେ ସ୍ବାସ୍ଥ୍ୟକେନ୍ଦ୍ରରେ ତାଲା ପଡିଥିବାରୁ ଏହାକୁ ମେଡିକାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details