ଓଡିଶା

odisha

ETV Bharat / state

ଆରମ୍ଭ ହେଲା ବହୁ ପ୍ରତୀକ୍ଷିତ 1000 ଶଯ୍ୟା ବିଶିଷ୍ଟ ହଷ୍ଟେଲ ନିର୍ମାଣ କାର୍ଯ୍ୟ - ଭଦ୍ରକ ଖବର

ଅନୁସୂଚିତ ଜାତି ଓ ଜନଜାତି ପିଲାଙ୍କ ପାଇଁ ବହୁ ପ୍ରତୀକ୍ଷିତ 1000 ଶଯ୍ୟା ବିଶିଷ୍ଟ ହଷ୍ଟେଲ ନିର୍ମାଣ କାର୍ଯ୍ୟ 18 ମାସ ମଧ୍ୟରେ ସମ୍ପୂର୍ଣ୍ଣ ହେବ ବୋଲି ସୂଚନା ମିଳିଛି । ଅଧିକ ପଢନ୍ତୁ...

minor community hostel work started in bhadrak
ଅନୁସୂଚିତ ଜାତି ଓ ଜନଜାତି ପିଲାଙ୍କ ପାଇଁ ବହୁ ପ୍ରତୀକ୍ଷିତ 1000 ଶଯ୍ୟା ବିଶିଷ୍ଟ ହଷ୍ଟେଲ

By

Published : Dec 18, 2020, 7:31 AM IST

ଭଦ୍ରକ: ଅନୁସୂଚିତ ଜାତି ଓ ଜନଜାତି ଗରିବ ପିଲା ମାନଙ୍କ ପାଇଁ ବହୁ ପ୍ରତୀକ୍ଷିତ 1000 ଶଯ୍ୟା ବିଶିଷ୍ଟ ହଷ୍ଟେଲର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଭଦ୍ରକ ବ୍ଲକ ଅନ୍ତର୍ଗତ ହରିପୁର ପଞ୍ଚାୟତର ଲାଙ୍ଗୁଡ଼ି ଠାରେ ଏହା ନିର୍ମିତ ହେବ। ଏନେଇ ପ୍ରାଥମିକ ପର୍ଯ୍ୟାୟରେ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ଵାରା 16 କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।

ଅନୁସୂଚିତ ଜାତି ଓ ଜନଜାତି ପିଲାଙ୍କ ପାଇଁ ବହୁ ପ୍ରତୀକ୍ଷିତ 1000 ଶଯ୍ୟା ବିଶିଷ୍ଟ ହଷ୍ଟେଲ

ଯାହାକି 500 ଶଯ୍ୟା ବାଳକ ଓ 500 ଶଯ୍ୟା ବାଳିକା ମାନଙ୍କ ପାଇଁ ଉଦ୍ଦିଷ୍ଟ। ଅତ୍ୟାଧୁନିକ ଶୈଳୀରେ ନିର୍ମିତ ହେବାକୁ ଥିବା ଏହାର ନିର୍ମାଣ କାର୍ଯ୍ୟ 18 ମାସ ମଧ୍ୟରେ ସମ୍ପୂର୍ଣ୍ଣ ହେବ ବୋଲି ସମୟ ଧାର୍ଯ୍ୟ କରାଯାଇଛି। ଆସନ୍ତା 2022 ଶିକ୍ଷା ବର୍ଷ ଠାରୁ ଏହା ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ ବୋଲି ସୂଚନା ମିଳିଛି। ଏଠାରେ ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ପାଇଁ ବିନାମୂଲ୍ୟରେ ରହିବା ଓ ଖାଇବା ସହ ଶିକ୍ଷା ଅର୍ଜନର ବ୍ୟବସ୍ଥା କରାଯିବ। ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ ଓ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ଏହି ଅବସରରେ ଯୋଗ ଦେଇ ନିର୍ମିତ ହେବାକୁ ଥିବା ହଷ୍ଟେଲ ସମ୍ପର୍କରେ ଆଲୋକପାତ କରିଥିଲେ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details