ଭଦ୍ରକ : ଭଦ୍ରକରେ ପହଞ୍ଚିଲେ 56 ଜଣ ପ୍ରବାସୀ ଓଡ଼ିଆ । ସୁରଟରୁ ଏକ ବସ ଯୋଗେ ଆସି ବିଳମ୍ବିତ ରାତିରେ ଭଣ୍ଡାରି ପୋଖରୀ ସ୍ଥିତ ସରକାରୀ ଶିଳ୍ପ ପ୍ରତିଷ୍ଠାନ କେନ୍ଦ୍ରରେ ରହିଛନ୍ତି । ଦେଶରେ ଲକ ଡାଉନ କଟକଣା ଥିବାରୁ ଏମାନେ ବହୁଦିନ ଧରି ସୁରଟରେ ରହିଥିଲେ। ନିଜ ଘରକୁ ଫେରିବା ପାଇଁ ସେମାନେ ବ୍ୟାକୁଳ ହେବା ସହ ଓଡିଶା ସରକାରଙ୍କ ନିଷ୍ପତିକୁ ଅପେକ୍ଷା କରିଥିଲେ। ଶେଷରେ ନିଜ ଅଞ୍ଚଳକୁ ଫେରିବା ପରେ ସେମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି ।
ସୁରଟରୁ ଫେରିଲେ 56 ପ୍ରବାସୀ ଓଡିଆ - bhadrak lockdown
ଭଦ୍ରକରେ ପହଞ୍ଚିଲେ 56 ଜଣ ପ୍ରବାସୀ ଓଡ଼ିଆ । ସୁରଟରୁ ଏକ ବସ ଯୋଗେ ଆସି ପହଞ୍ଚିଲେ। ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହ ସ୍ବାବ ସଂଗ୍ରହ କରାଯିବା ପରେ ସେମାନଙ୍କୁ ନିଜ ଅଞ୍ଚଳରେ ଥିବା କ୍ବାରେଣ୍ଟାଇନ କେନ୍ଦ୍ରକୁ ପଠାଯିବ । ଅଧିକ ପଢନ୍ତୁ....
ସୁରଟରୁ ଫେରିଲେ ପ୍ରବାସୀ ଓଡିଆ
ସୁରଟରୁ ଫେରିଲେ ପ୍ରବାସୀ ଓଡିଆ
ତେବେ ଫେରିଥିବା ଓଡିଆମାନେ ସରକାରୀ ଶିଳ୍ପ ପ୍ରତିଷ୍ଠାନକୁ ନିଆଯାଇଥିଲା । ସେଠାରେ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହ ସ୍ବାବ ସଂଗ୍ରହ କରାଯିବା ପରେ ସେମାନଙ୍କୁ ନିଜ ଅଞ୍ଚଳରେ ଥିବା କ୍ବାରେଣ୍ଟାଇନ କେନ୍ଦ୍ରକୁ ପଠାଯିବ । ତେବେ 56 ଜଣ ପ୍ରବାସୀ ଓଡ଼ିଆଙ୍କ ମଧ୍ୟରୁ 38 ଜଣ ଭଦ୍ରକ ଥିବା ବେଳେ 6 ଜଣ କେନ୍ଦ୍ରାପଡା, 3 ଜଣ ଜଗତସିଂହପୁର, 3 ଜଣ ବାଲେଶ୍ବର ଓ 6 ଜଣ ଖୋର୍ଦ୍ଧା ଜିଲ୍ଲାର ବୋଲି ଜଣାପଡିଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ