ଓଡିଶା

odisha

ETV Bharat / state

ଲକ ଡାଉନର ପ୍ରଭାବ, ଚାଲି ଚାଲି ଘରକୁ ଫେରୁଛନ୍ତି ପ୍ରବାସୀ - bhadrak lockdown

ଲକ ଡାଉନର ପ୍ରଭାବ , ଯାନବାହାନ ଚଳାଚଳ ବନ୍ଦ ଥିବାରୁ ଚାଲି ଚାଲି ଫେରୁଛନ୍ତି ପ୍ରବାସୀ । ଅଧିକ ପଢନ୍ତୁ.....

migrant labour return their home by foot
ଲକ ଡାଉନର ପ୍ରଭାବ ,ଚାଲି ଚାଲି ଘରକୁ ଫେରୁଛନ୍ତି ପ୍ରବାସୀ

By

Published : May 14, 2020, 8:43 PM IST

ଭଦ୍ରକ :ଲକ ଡାଉନ କଟକଣା ସତ୍ତ୍ବେ ଏବେ ବି ବିଭିନ୍ନ ଉପାୟରେ ଘରକୁ ଯାଉଛନ୍ତି ଲୋକେ। କିଏ ଚାଲି ଚାଲି ତ ଆଉ କିଏ ଟ୍ରକରେ ଯାଉଛନ୍ତି। ଭୁବନେଶ୍ବରରୁ କିଛି ଶ୍ରମିକ ଏକ ଟ୍ରକ ଯୋଗେ କୋଲକତା ଯାଉଥିବା ସମୟରେ ଭଦ୍ରକ ବନ୍ତ ଛକ ନିକଟରେ ଓହ୍ଲାଇଥିଲେ। ଭଦ୍ରକରୁ କୌଣସି ଗାଡି ନ ପାଇ ଚାଲି ଚାଲି କୋଲକତା ଏହି ଶ୍ରମିକ ମାନେ ଯିବେ ବୋଲି କହିଛନ୍ତି । ବହୁ ଦିନ ହେଲାଣି କାମ ମିଳୁ ନ ଥିବାରୁ ପାଖରେ ପଇସା ଶେଷ ହୋଇଗଲାଣୀ ।

ଲକ ଡାଉନର ପ୍ରଭାବ ,ଚାଲି ଚାଲି ଘରକୁ ଫେରୁଛନ୍ତି ପ୍ରବାସୀ

ତେଣୁ ଖାଇବା ସହ ଚଳିବାରେ ସମସ୍ୟା ହେବା ଯୋଗୁଁ ଟ୍ରକରେ ଭଦ୍ରକ ପର୍ଯ୍ୟନ୍ତ ପଳେଇ ଆସିଥିବା ସୂଚନା ମିଳିଛି । ଆହୁରି କିଛି ଲୋକ ମଧ୍ୟ ହାଇଦ୍ରାବାଦରୁ ବିଭିନ୍ନ ଉପାୟରେ ଆସି ଭଦ୍ରକ ଠାରେ ଓହ୍ଲାଇ ଚାଲି ଚାଲି ନିଜ ଘରକୁ ଯାଉଥିବା ଦେଖିବାକୁ ମିଳିଛି । ଭୋକ ଉପାସରେ ଚାଲି ଚାଲି ଘରମୁହାଁ ଏହିପରି ପ୍ରବାସୀ ବାଟୋଇଙ୍କ ଦୃଶ୍ୟ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ରଙ୍କ ରିପୋର୍ଟ ,ଇଟିଭି ଭାରତ

ABOUT THE AUTHOR

...view details