ଭଦ୍ରକ: ସୁରଟରୁ ଏକ ବସରେ ଫେରୁଛନ୍ତି କିଛି ପ୍ରବାସୀ ଓଡିଆ । ପ୍ରବାସୀ ଓଡ଼ିଆ ମାନେ ନିଜ ଖର୍ଚ୍ଚରେ ଫେରୁଛନ୍ତି । ହେଲେ କେନ୍ଦ୍ର ସରକାରଙ୍କ ନିୟମ ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଏହି ପ୍ରବାସୀ ଓଡ଼ିଆ ମାନେ କୋଭିଡ 19 ପୋର୍ଟାଲରେ ସେମାନଙ୍କର ନାମ ପଞ୍ଜୀକରଣ କରିନଥିବା କହିଛନ୍ତି ଜିଲ୍ଲାପାଳ । ତେବେ ଭଦ୍ରକ ଜିଲ୍ଲା ପ୍ରଶାସନ ଏହି ପ୍ରବାସୀ ଓଡ଼ିଆଙ୍କ ସହ ସିଧାସଳଖ ଯୋଗାଯୋଗରେ ରହିଛି । ସେମାନେ ଓଡିଶା ସୀମାରେ ପହଁଞ୍ଚିଲେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ।
ଭଦ୍ରକ ଅଭିମୁଖେ ସୁରଟରେ ଥିବା ପ୍ରବାସୀ ଓଡିଆ - migrant is returning from Surat to bhadrak
ସୁରଟରୁ ବସରେ ଫେରୁଛନ୍ତି ପ୍ରବାସୀ ଓଡିଆ । କୋଭିଡ 19 ପୋର୍ଟାଲରେ ସେମାନଙ୍କର ନାମ ପଞ୍ଜୀକରଣ କରାଯିବ କହିଲେ ଭଦ୍ରକ ଜିଲ୍ଲାପାଳ । ଅଧିକ ପଢନ୍ତୁ....
![ଭଦ୍ରକ ଅଭିମୁଖେ ସୁରଟରେ ଥିବା ପ୍ରବାସୀ ଓଡିଆ migrant is returning from Surat to bhadrak](https://etvbharatimages.akamaized.net/etvbharat/prod-images/768-512-7005420-thumbnail-3x2-sp-jp.jpg)
ସୁରାଟରୁ ଭଦ୍ରକକୁ ଫେରୁଛନ୍ତି ପ୍ରବାସୀ ଓଡିଆ
ସୁରାଟରୁ ଭଦ୍ରକକୁ ଫେରୁଛନ୍ତି ପ୍ରବାସୀ ଓଡିଆ
ବୁଧବାର ସନ୍ଧ୍ୟାରେ ଏହି ପ୍ରବାସୀ ଓଡ଼ିଆମାନେ ସୁରଟରୁ ବାହାରିଛନ୍ତି । ଏକ ବସରେ ମୋଟ 56 ଜଣ ପ୍ରବାସୀ ଓଡିଆଙ୍କ ମଧ୍ୟରୁ 45 ଜଣ ଭଦ୍ରକ ଜିଲ୍ଲାର ଓ 11 ଜଣ ଯାଜପୁର ଜିଲ୍ଲାର ବୋଲି ସୂଚନା ମିଳିଛି । ଆସନ୍ତା ରବିବାର ସୁଦ୍ଧା ଏମାନେ ପହଞ୍ଚି ଯିବେ । ଏହି ଯାତ୍ରା ସମୟରେ ସେମାନେ ମୋବାଇଲ ମାଧ୍ୟମରେ କୋଭିଡ 19 ପୋର୍ଟାଲରେ ସେମାନଙ୍କର ନାମ ପଞ୍ଜୀକରଣ ଯଦି କରିନଥିବେ, ତେବେ ଓଡିଶା ସୀମାନ୍ତ ସୋହେଲା ଠାରେ ଥିବା କୋଭିଡ 19 କଣ୍ଟ୍ରୋଲ ରୁମ ଠାରେ ସେମାନଙ୍କର ନାମ ପଞ୍ଜୀକରଣ କରାଯିବା ପରେ, ସେମାନେ ଓଡିଶା ମଧ୍ୟକୁ ପ୍ରବେଶ କରିବେ ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ