ଓଡିଶା

odisha

ETV Bharat / state

ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଏବଂ କମ୍ପୋଜିଟ ଅର୍ଥ ହଡ଼ପ ଘଟଣା - midday meal scam in bhadrak

ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଏବଂ କମ୍ପୋଜିଟ ଅର୍ଥ ହଡ଼ପ ଅଭିଯୋଗ । ପ୍ରତିବାଦ କଲେ ବିଦ୍ୟାଳୟ ଛାତ୍ରଛାତ୍ରୀ ଏବଂ ଅଭିଭାବକ । ଅଧିକ ପଢନ୍ତୁ

ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଏବଂ କମ୍ପୋଜିଟ ଅର୍ଥ ହଡ଼ପ ଘଟଣା
ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଏବଂ କମ୍ପୋଜିଟ ଅର୍ଥ ହଡ଼ପ ଘଟଣା

By

Published : Dec 10, 2021, 7:32 AM IST

ଭଦ୍ରକ: ପ୍ରାଥମିକ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଏବଂ କମ୍ପୋଜିଟ ଅର୍ଥ ହଡ଼ପ ଅଭିଯୋଗ । ପ୍ରତିବାଦ କଲେ ବିଦ୍ୟାଳୟ ଛାତ୍ରଛାତ୍ରୀ ଏବଂ ଅଭିଭାବକ । ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ବାରସର ପଞ୍ଚାୟତ ଅନ୍ତର୍ଗତ ସାପକାତିଆ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଲକ୍ଷାଧିକ ଟଙ୍କାର ସରକାରୀ ଅର୍ଥ ହଡ଼ପ କରିଥିବା ନେଇ ବାରମ୍ବାର ଅଭିଯୋଗ ହୋଇଥିଲା। ହେଲେ ଶିକ୍ଷା ବିଭାଗ କି ଜିଲ୍ଲା ପ୍ରଶାସନ ଏହାର ତଦନ୍ତ ନକରି ଟାଳି ଚାଲୁଥିବା ନେଇ ତିବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା।

ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଏବଂ କମ୍ପୋଜିଟ ଅର୍ଥ ହଡ଼ପ ଘଟଣା

ଶେଷରେ ସମ୍ପୃକ୍ତ ପ୍ରଧାନ ଶିକ୍ଷକଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରାଯିବା ଦାବି କରି ଶତାଧିକ ଛାତ୍ରଛାତ୍ରୀଙ୍କ ସମେତ ଅଭିଭାବକ ଓ ଗ୍ରାମବାସୀ (ଗୁରୁବାର) ପ୍ରତିବାଦ କରିଛନ୍ତି । ପରେ ବ୍ଲକ ଶିକ୍ଷାଧିକାରୀ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ । ଏହାସହ ଆସନ୍ତା 15 ତାରିଖ ମଧ୍ଯରେ ତଦନ୍ତ କରି ବିହିତ ପଦକ୍ଷେପ ନିଆଯିବ ବୋଲି ପ୍ରତିଶୃତି ଦେବାପରେ ସ୍ଥିତି ନିୟନ୍ତ୍ରଣାଧିନ ହୋଇଥିଲା । ତେବେ ଘଟଣାସ୍ଥଳରେ ଆଇନ ଶୃଙ୍ଖଳା ପରିସ୍ଥିତିର ମୁକାବିଲା ପାଇ ତିହିଡ଼ି ଆଇଆଇସିଙ୍କ ସମେତ ପୋଲିସ ଫୋର୍ସ ମୁତୟନ ହୋଇଥିଲେ।

ଭଦ୍ରକରୁ ଦେବାଶିଷ ମହାପାତ୍ର , ଇଟିଭି ଭାରତ

ABOUT THE AUTHOR

...view details