ଭଦ୍ରକ: ପାଞ୍ଚ ବର୍ଷ ପରେ ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ମିଳିଲା ପ୍ରକୃତ ବୋର୍ଡ ସାର୍ଟିଫିକେଟ । ଭଦ୍ରକ ଜିଲ୍ଲା ତିହିଡି ବ୍ଲକ କାନପୁର ଗାଁର ନିତ୍ୟାନନ୍ଦ ପାଣ୍ଡବଙ୍କ ପୁଅ ଶ୍ରୀକାନ୍ତଙ୍କୁ ମିଳିଛି ନ୍ୟାୟ।
2015 ମସିହାରେ ସ୍ଥାନୀୟ ବୈଷ୍ଣବାନନ୍ଦ ବିଦ୍ୟାପୀଠରୁ ଶ୍ରୀକାନ୍ତ ମାଟ୍ରିକ ପାସ କରିଥିଲେ। ମାତ୍ର ମାଟ୍ରିକ ସାର୍ଟଫିକେଟରେ ତାଙ୍କର ଜନ୍ମ ତାରିଖ 9 ବର୍ଷ ଅଧିକ ଦର୍ଶାଯାଇଥିବାରୁ ବିଭିନ୍ନ ସ୍ତରରେ ସେ ଏନେଇ ସମସ୍ୟାର ସମ୍ମୁଖୀନ ହେଉଥିଲେ।
ପାଞ୍ଚ ବର୍ଷ ପରେ ଶ୍ରୀକାନ୍ତଙ୍କୁ ମିଳିଲା ନ୍ୟାୟ ବିଗତ 5 ବର୍ଷ ଧରି ହାଇସ୍କୁଲ କର୍ତ୍ତୃପକ୍ଷଙ୍କୁ ଭେଟି ଆପତ୍ତି ଅଭିଯୋଗ କରିବା ସହିତ ଅର୍ଥ ପୈଠ କରିଥିଲେ ମଧ୍ୟ ସଠିକ ସାର୍ଟିଫିକେଟ ମିଳିନଥିଲା । ଶେଷରେ ସପରିବାର ସହ ଧାରଣାରେ ବସିବାକୁ ଚେତାବନୀ ଦେଇଥିଲେ । ଏହାପରେ ଉଭୟ ସ୍କୁଲ ଓ ବୋର୍ଡ କର୍ତ୍ତୃପକ୍ଷଙ୍କ ଚେତା ପଶିଲା ଏବଂ ଶେଷରେ ସଠିକ ଜନ୍ମ ତାରିଖ ଉଲ୍ଲେଖ ଥିବା ବୋର୍ଡ ସାର୍ଟିଫିକେଟ ଦିଆଯାଇଛି ।
ଭଦ୍ରକରୁ ଦେବାଶିଷ୍ ମହାପାତ୍ର, ଇଟିଭି ଭାରତ