ଓଡିଶା

odisha

ETV Bharat / state

ମାଟିଆସାହି ସେତୁ କାର୍ଯ୍ୟକ୍ଷମ ପାଇଁ ଫିଟିଲା ବାଟ - ମାଟିଆସାହି ସେତୁ

ଭଦ୍ରକ ଜିଲ୍ଲା ତିହିଡି ଓ ବାସୁଦେବପୁର ବ୍ଲକକୁ ସଂଯୋଗ କରୁଥିବା ମନ୍ତେଇ ନଦୀର ମାଟିଆସାହି ସେତୁ କାର୍ଯ୍ୟକ୍ଷମ ହେବା ପାଇଁ ବାଟ ଫିଟିଛି ।

bhadrak
ମାଟିଆସାହି ସେତୁ କାର୍ଯ୍ୟକ୍ଷମ ପାଇଁ ଫିଟିଲା ବାଟ

By

Published : Sep 10, 2020, 11:01 PM IST

ଭଦ୍ରକ: ଦୀର୍ଘଦିନର ବିବାଦ ଓ ପ୍ରତୀକ୍ଷା ପରେ ଭଦ୍ରକ ଜିଲ୍ଲା ତିହିଡି ଓ ବାସୁଦେବପୁର ବ୍ଲକକୁ ସଂଯୋଗ କରୁଥିବା ମନ୍ତେଇ ନଦୀର ମାଟିଆସାହି ସେତୁ କାର୍ଯ୍ୟକ୍ଷମ ହେବା ପାଇଁ ବାଟ ଫିଟିଛି । ଯେଉଁ ଭଙ୍ଗା ଦଦରା କାଠ ପୋଲରେ ଲୋକେ ଯାତାୟତ କରୁଥିଲେ ସେଥିରୁ ମୁକ୍ତି ମିଳିବ ବୋଲି ଜଣାଯାଇଛି ।

ସେଠାରେ ତହସିଲଦାର ରମେଶ ଚନ୍ଦ୍ର ପଣ୍ଡା ସର୍ଜମିନ ତଦନ୍ତ କରିବା ସହିତ ଆରଆଇ, ଅମିନ ଓ କର୍ମଚାରୀଙ୍କ ଦ୍ବାରା ସରକାରୀ ଜମି ମାପଚୁପ କରାଯାଇ ଜମି ଅଦଳ ବଦଳ କରିଥିବା ପ୍ରଜାଙ୍କୁ ୧୨ ଡିସିମିଲ ସରକାରୀ ଜମି ହସ୍ତାନ୍ତର କରାଯାଇଛି। ସଂପୃକ୍ତ ସେତୁର ଛାତ ପଡିଯାଇଥିଲେ ମଧ୍ୟ ପଶ୍ଚିମ ପାଖ ଆପ୍ରୋଚ ରୋଡ କାର୍ଯ୍ୟକ୍ଷମ ହୋଇ ନଥିବାରୁ ଗତ ୨୦୧୮ ମସିହାରୁ ଏହା ବନ୍ଦ ହୋଇ ପଡିଥିଲା।

ମାଟିଆସାହି ସେତୁ କାର୍ଯ୍ୟକ୍ଷମ ପାଇଁ ଫିଟିଲା ବାଟ

ଏନେଇ ଜମି ମାଲିକ ତହସିଲଦାରଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳ ଓ ଆରଡିସିର ଦ୍ବାରସ୍ଥ ହୋଇଥିଲେ। ସୂଚନା ମୁତାବକ, ମନ୍ତେଇ ନଦୀରେ ସେତୁ ନିର୍ମାଣ ପାଇଁ ଗତ 2013 ମସିହା ଫେବୃଆରୀ 11 ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳାନ୍ୟାସ କରିଥିଲେ। ଟେଣ୍ଡର ହେବାପରେ କାର୍ଯ୍ୟାରମ୍ଭ ବେଳକୁ ସେତୁର ପଶ୍ଚିମ ପାଖ ଆପ୍ରୋଚ ରୋଡଟି ସମ୍ପୂର୍ଣ୍ଣ ଭାବେ ଘରୋଇ ଜମି ଅର୍ନ୍ତଭୁକ୍ତ ବୋଲି ଜଣାପଡିଥିଲା।

ଏହି ଘଟଣାକୁ ନେଇ ନିର୍ମାଣ କାର୍ଯ୍ୟରେ ଅହେତୁକ ବିଳମ୍ବ ହୋଇଥିଲା। ପରେ ଜମି ମାଲିକ ଓ ସରକାରଙ୍କ ମଧ୍ୟରେ ଜମି ଅଦଳ ବଦଳକୁ ନେଇ ଚୁକ୍ତି ହୋଇ ସାନି ନିର୍ମାଣ କାର୍ଯ୍ୟ ମଧ୍ୟ ଚାଲୁଛି । ୨୦୧୪ ମସିହାରେ ଜମି ମାଲିକ ପ୍ରଥମେ ନିଜର ୭୭ ଡିସିମିଲ ସ୍ଥିତିବାନ ଘରବାଡି ଯୋଗ୍ୟ ଜମିକୁ ସରକାରଙ୍କୁ ହସ୍ତାନ୍ତର କରିଥିଲେ ।

୨୦୧୭ ମସିହାରେ ସରକାର ତାଙ୍କୁ ୬୫ ଡିସିମିଲ ଜମି ପ୍ରଦାନ କରିଥିଲେ। ବଳକା ୧୨ ଡିସିମିଲି ଜମି ପ୍ରଦାନ କରିବା ଲାଗି ତତ୍କାଳୀନ ଅଧିକାରୀଙ୍କ ପକ୍ଷରୁ ଟାଳଟୁଳ ନୀତି ଅବଲମ୍ବନ କରାଯାଇଥିଲା । ଯାହାକୁ ନେଇ ଜମି ମାଲିକ ଜିଲ୍ଲା ପ୍ରଶାସନ ଠାରେ ଫେରାଦ ହୋଇ ନୟାନ୍ତ ହେବାପରେ ଶେଷରେ ଜମି ମାଲିକ ୨୦୧୮ ମସିହାରୁ ସେତୁର ଆପ୍ରୋଚ ରୋଡ କାର୍ଯ୍ୟ ବନ୍ଦ କରିଥିଲେ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details