ଓଡିଶା

odisha

ETV Bharat / state

କଣ୍ଟି ଘାଇ ବନ୍ଦ ପାଇଁ ତେଜିଲା ଜନ ଆନ୍ଦୋଳନ, ଚାଷୀଙ୍କୁ କ୍ଷତିପୂରଣ ଦାବି - କଣ୍ଟି ଘାଇ ବନ୍ଦ ଦାବି

ସ୍ଥାନୀୟ ଭଣ୍ଡାରିପୋଖରୀ ବ୍ଲକ ବୈତରଣୀ ନଦୀର କଣ୍ଟି ଘାଇକୁ ବନ୍ଦ କରିବା ପାଇଁ ତେଜିଛି ଜନ ଆନ୍ଦୋଳନ । ବ୍ୟାପକ ଜନ ଆନ୍ଦୋଳନ ଆରମ୍ଭ କରାଯିବ ବୋଲି ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ କଣ୍ଟି ଘାଇଠାରେ ଆୟୋଜିତ ସମାବେଶରେ ଚେତାବନୀ ଦିଆଯାଇଛି ।

bhadrak latest news, kanti ghai closure in bhadrak, kanti ghai closure, mass protest in bhadrak, ଭଦ୍ରକ ଲାଟେଷ୍ଟ ନ୍ୟୁଜ୍‌, ଭଦ୍ରକରେ କଣ୍ଟି ଘାଇ ବନ୍ଦ ଦାବି, କଣ୍ଟି ଘାଇ ବନ୍ଦ ଦାବି, ଭଦ୍ରକରେ ଜନ ଆନ୍ଦୋଳନ
କଣ୍ଟି ଘାଇ ବନ୍ଦ ପାଇଁ ତେଜିଲା ଜନ ଆନ୍ଦୋଳନ, ଚାଷୀଙ୍କୁ କ୍ଷତିପୂରଣ ପାଇଁ ଦାବି

By

Published : Sep 15, 2020, 9:28 AM IST

ଭଦ୍ରକ: ସ୍ଥାନୀୟ ଭଣ୍ଡାରିପୋଖରୀ ବ୍ଲକ ବୈତରଣୀ ନଦୀର କଣ୍ଟି ଘାଇକୁ ବନ୍ଦ କରିବା ପାଇଁ ତେଜିଛି ଜନ ଆନ୍ଦୋଳନ । ବ୍ୟାପକ ଜନ ଆନ୍ଦୋଳନ ଆରମ୍ଭ କରାଯିବ ବୋଲି ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ କଣ୍ଟି ଘାଇଠାରେ ଆୟୋଜିତ ସମାବେଶରେ ଚେତାବନୀ ଦିଆଯାଇଛି । ଆୟୋଜିତ ଏହି ସମାବେଶରେ କଣ୍ଟି ଘାଇ ବନ୍ୟାରେ ତିହିଡି, ଚାନ୍ଦବାଲି, ଧାମନଗର ଓ ଭଣ୍ଡାରିପୋଖରୀ ବ୍ଲକର 70ରୁ ଅଧିକ ପଞ୍ଚାୟତର ହଜାର ହଜାର ହେକ୍ଟର ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ଅଭିଯୋଗ କରାଯାଇଛି ।

କଣ୍ଟି ଘାଇ ବନ୍ଦ ପାଇଁ ତେଜିଲା ଜନ ଆନ୍ଦୋଳନ, ଚାଷୀଙ୍କୁ କ୍ଷତିପୂରଣ ପାଇଁ ଦାବି

ସୂଚନା ଅନୁଯାୟୀ ଏହି ସମାବେଶରେ ସରକାର ଏକର ପିଛା 15 ହଜାର ଟଙ୍କା ଓ ଭାଗଚାଷୀଙ୍କ ପାଇଁ 7 ହଜାର 500 ଟଙ୍କା କ୍ଷତି ପୂରଣ ଦେବାକୁ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଦାବି କରାଯାଇଛି। ସରକାର କଣ୍ଟ ଘାଇ ସମସ୍ୟାର ସମାଧାନରେ କାଳକ୍ଷେପଣ ନୀତି ଛାଡିବାକୁ ବକ୍ତାମାନେ ଆହ୍ବାନ ଦେଇଥିଲେ । କଣ୍ଟି ଘାଇର ଉଚ୍ଚତା 5ମିଟର ବୃଦ୍ଧି କରି ଦୈର୍ଘ୍ୟ ମାତ୍ର 170 ମିଟରରେ ସୀମିତ ରଖିବାକୁ ଦାବି ହୋଇଛି । ଏହି ଦାବି ପୂରଣ ପାଇଁ ଉପସ୍ଥିତ ଚାନ୍ଦବାଲି, ତିହିଡି, ଧାମନଗର ଓ ଭଣ୍ଡାରିପୋଖରୀ ବ୍ଳକର ଶହ ଶହ ଲୋକଙ୍କୁ ଶପଥ ପାଠ କରାଯାଇଥିଲା ।

ସେପଟେ ଆଗାମୀ 22 ତାରିଖରେ ଚଣ୍ଡିଖୋଲଠାରେ 20 ହଜାର କୃଷକ ଉପଯୁକ୍ତ ବନ୍ୟା କ୍ଷତି ପୂରଣ ପାଇଁ ରାଜପଥ ଅବରୋଧ କରିବେ ବୋଲି ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ସୂଚନା ଦିଆଯାଇଥିଲା ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details