ଓଡିଶା

odisha

ETV Bharat / state

ଅବ୍ୟବସ୍ଥା ଘେରରେ ଐତିହାସିକ ଖାଙ୍କିହାଟ ମାର୍କେଟ କମ୍ପ୍ଲେକ୍ସ - ଅବ୍ୟବସ୍ଥା ଘେରରେ ଖାଙ୍କିହାଟ ମାର୍କେଟ କମ୍ପ୍ଲେକ୍ସ

ଭଦ୍ରକ ତିହିଡି ଖାଙ୍କିହାଟ ମାର୍କେଟ କମ୍ପେ୍ଲକ୍‌ସରେ ଅବ୍ୟବସ୍ଥାକୁ ନେଇ ବଜାର ବଣିକ ସଙ୍ଘ ପକ୍ଷରୁ ତୀବ୍ର ଅସନ୍ତୋଷ । ତୁରନ୍ତ ସମସ୍ୟାର ସମାଧାନ ପାଇଁ ଦାବି । ଅଧିକ ପଢନ୍ତୁ...

ଅବ୍ୟବସ୍ଥା ଘେରରେ ଐତିହାସିକ ଖାଙ୍କିହାଟ ମାର୍କେଟ କମ୍ପ୍ଲେକ୍ସ
ଅବ୍ୟବସ୍ଥା ଘେରରେ ଐତିହାସିକ ଖାଙ୍କିହାଟ ମାର୍କେଟ କମ୍ପ୍ଲେକ୍ସ

By

Published : Nov 7, 2021, 8:33 AM IST

ଭଦ୍ରକ: ଜିଲ୍ଲା ତିହିଡ଼ି ବଜାର ସ୍ଥିତ ଐତିହାସିକ ଖାଙ୍କିହାଟ ମାର୍କେଟ କମ୍ପ୍ଲେକ୍ସରେ ଅବ୍ୟବସ୍ଥାକୁ ନେଇ ତିହିଡ଼ି ବଜାର ବଣିକ ସଙ୍ଘ ପକ୍ଷରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଦୋକାନ ଗୃହ ଆଗରେ କୁଢ଼ କୁଢ଼ ଅଳିଆ ଆବର୍ଜନା ଦୀର୍ଘଦିନ ଧରି ପଡ଼ିରହି ଦୁର୍ଗନ୍ଧ କରୁଛି, ଯାହା ପରିବେଷକୁ ଦୂଷିତ କରୁଛି ।

ଅବ୍ୟବସ୍ଥା ଘେରରେ ଐତିହାସିକ ଖାଙ୍କିହାଟ ମାର୍କେଟ କମ୍ପ୍ଲେକ୍ସ

ଭଦ୍ରକ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ନିର୍ମାଣ କରା ଯାଇଥିବା ଦୁଇ ମହଲା ବିଶିଷ୍ଟ ଏହି କମ୍ପ୍ଲେକ୍ସକୁ ଯିବାକୁ ସାମ୍ନା ପାଶ୍ୱର୍ରେ ସିଡ଼ିଟିଏ ନିର୍ମାଣ କରାଯାଇ ପାରିନାହିଁ । ଏଥିସହ ଜବର ଦଖଲ ଉଚ୍ଛେଦ କରାଯାଇନଥିବାରୁ ବହୁବିଧ ସମସ୍ୟା ସୃଷ୍ଟି ହେଉଛି । ଯାହା ଫଳରେ ବ୍ୟବସାୟୀମାନେ ସେମାନଙ୍କ ଦୋକାନ ଖୋଲି ପାରୁନଥିବା ଅଭିଯୋଗ କରିଛନ୍ତି ।

ଆସନ୍ତା 15 ଦିନ ମଧ୍ୟରେ ଯଦି ସମସ୍ୟାର ସମାଧାନ କରାନଯାଏ ତେବେ ସମସ୍ତ ବ୍ୟବସାୟୀ ଭଦ୍ରକ ସ୍ଥିତ ଆରଏମସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି । ଏହି ଦୋକାନ ଗୃହଗୁଡ଼ିକୁ ଗତ 2020 ମସିହା ଫେବୃଆରୀ ମାସରେ ବିସ୍ଥାପିତ ବ୍ୟବସାୟୀଙ୍କୁ ପ୍ରଦାନ କରାଯାଇଥିଲା । ଏହିସବୁ ସମସ୍ୟା ସମ୍ପର୍କରେ ଆରଏମସି ଅଧିକାରୀଙ୍କ ସହ ଆଲୋଚନା କରାଯାଉଥିଲେ ମଧ୍ୟ ସମସ୍ୟାର ସମାଧାନ ଦିଗରେ କୌଣସି ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହୋଇଛି । ତେବେ ଆରଏମସିର ଚେୟାରମ୍ୟାନ ତଥା ଭଦ୍ରକ ଉପଜିଲ୍ଲାପାଳ ଏହାର ସମାଧାନ ପାଇଁ ବିହିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details