ଓଡିଶା

odisha

ETV Bharat / state

କାଳବୈଶାଖୀର ତାଣ୍ଡବ, ବଜ୍ରପାତରେ ଜଳିଗଲା 6 ବଖରା ଘର - ବଜ୍ରପାତ ଘଟି ଜଳିଗଲା 3ଟି ପରିବାରର 6 ବଖରା ଘର

ଅତିପ୍ରଖର ବଜ୍ରପାତ ଘଟି ଜଳିଗଲା 3ଟି ପରିବାରର 6 ବଖରା ଘର । ବହୁ ପୁରାତନ ସୂର୍ଯ୍ୟ ମନ୍ଦିରର ପଶ୍ଚିମ ପାଖ ଭାଙ୍ଗିଥିବା ବେଳେ ସୌଭାଗ୍ୟ କ୍ରମେ କୌଣସି ଜୀବନ ହାନି ହୋଇନାହିଁ । ଅଧିକ ପଢନ୍ତୁ

thunderstorm in tihidi block bhadrak
କାଳବୈଶାଖୀର ତାଣ୍ଡବ

By

Published : Apr 23, 2023, 7:49 PM IST

କାଳବୈଶାଖୀର ତାଣ୍ଡବ

ଭଦ୍ରକ: ଦାଉ ସାଧିଲା କାଳବୈଶାଖୀ । ଭଦ୍ରକ ଜିଲ୍ଲା ଅନ୍ତର୍ଗତ ତିହିଡ଼ି ବ୍ଳକରେ ଅଦିନିଆ କାଳ ବୈଶାଖୀ ବଜ୍ରପାତ ଘଟି ଜଳିଗଲା 3ଟି ପରିବାରର 6 ବଖରା ଘର । ଏଥିସହ ଭାଙ୍ଗିଲା ବହୁ ପୁରାତନ ସୂର୍ଯ୍ୟ ମନ୍ଦିରର ପଶ୍ଚିମ ପାଖ । ହେଲେ ସୌଭାଗ୍ୟ କ୍ରମେ କୌଣସି ଜୀବନ ହାନି ହୋଇ ନଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, କିଛି ଦିନ ପ୍ରବଳ ଗ୍ରୀଷ୍ମ ପ୍ରବାହ ପରେ କାଳବୈଶାଖୀ ଜନିତ ବର୍ଷା ଯୋଗୁଁ ଜନଜୀବନକୁ କିଛିଟା ଆଶ୍ବସ୍ତି ମିଳିଛି । ହେଲେ ବଜ୍ରପାତ ସାଙ୍ଗକୁ ପବନ ଯୋଗୁଁ ବିଭିନ୍ନ ସ୍ଥାନରେ ଅନେକ ଧନ ଜୀବନ ହାନି ହେଉଥିବା ଦେଖିବାକୁ ମିଳୁଛି । ଏହିପରି ସ୍ଥଳେ ପାଣିପାଗ ବିଭାଗ ପକ୍ଷରୁ ମଧ୍ୟ ଜନସାଧାରଣଙ୍କୁ ପର୍ଯ୍ୟାୟ କ୍ରମେ ସତର୍କ ସୂଚନା ଦିଆଯାଉଛି । ତେବେ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅତି ପ୍ରଖର ବଜ୍ରପାତ ସାଙ୍ଗକୁ 40ରୁ 50 କିଲୋମିଟର ପର୍ଯ୍ୟନ୍ତ ପବନ ହୋଇଥିବା ବେଳେ ବର୍ଷା ମଧ୍ୟ ହୋଇଛି । ଏଥିଯୋଗୁଁ ଭଦ୍ରକ ଜିଲ୍ଲା ଅନ୍ତର୍ଗତ ତିହିଡ଼ି ବ୍ଳକର କିଛି ଅଞ୍ଚଳ ବେଶ୍ ପ୍ରଭାବିତ ହୋଇଛି ।

ତିହିଡି଼ ବ୍ଲକ ଅଧିନସ୍ଥ କୁବେରା ପଞ୍ଚାୟତ କଷଟି ଗ୍ରାମରେ କାଳ ବୈଶାଖୀ ପ୍ରଭାବ ଯୋଗୁଁ ବଜ୍ରପାତ ଘଡଘଡି ସହ ପ୍ରବଳ ବର୍ଷା ଏବଂ ପବନ ହୋଇଥିଲା। ଏହି ବଜ୍ରପାତ ଫଳରେ ପ୍ରଥମେ ପ୍ରାଣବନ୍ଧୁ ରାଉତଙ୍କ ଗୁହାଳ ଘରେ ନିଆଁ ଲାଗିଥିଲା। ଏନେଇ ପାଖ ପଡୋଶୀ ଦେଖିବା ପରେ ପ୍ରାଣବନ୍ଧୁଙ୍କୁ ସୂଚନା ଦେଇଥିଲେ। ହେଲେ ସେତେବେଳେ ପ୍ରବଳ ବର୍ଷା ସାଙ୍ଗକୁ ପବନ ହେଉଥିବା ଯୋଗୁଁ ନିଆଁକୁ ଆୟତ କରିବା ସମ୍ଭବ ହୋଇ ନଥିଲା । ଏନେଇ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ଗ୍ରାମବାସୀ ।

ଖବର ପାଇ ତିହିଡ଼ି ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲେ । ହେଲେ ସେତେବେଳକୁ ପାଖରେ ଥିବା ଅନ୍ୟ ଘରଗୁଡିକୁ ନିଆଁ ବ୍ୟାପି ସାରିଥିଲା । ଫଳରେ ପ୍ରାଣବନ୍ଧୁ ରାଉତଙ୍କ ଘର ସମେତ ଲଲାଟେନ୍ଦୁ ରାଉତ ଏବଂ ଗୋପବନ୍ଧୁ ରାଉତଙ୍କ ସମସ୍ତ ଘର ଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ଜଳି ପୋଡି ପାଉଁଶ ହୋଇଯାଇଥିଲା । ଯାହାକି ବଜ୍ରପାତ ଯୋଗୁଁ ଅଗ୍ନିକାଣ୍ଡ ଘଟି 3ଟି ପରିବାରର 6 ବଖରା ଘରେ ଥିବା ବେଳେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ତଥା ଆସବପାତ୍ର ସମ୍ପୂର୍ଣ୍ଣ ଜଳି ପୋଡି ପାଉଁଶ ହୋଇ ଯାଇଛି । ଏନେଇ ସୂଚନା ପାଇ ପ୍ରଶାସନିକ ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚି କ୍ଷୟକ୍ଷତିର ଆକଳନ କରୁଥିବା ସୂଚନା ମିଳିଛି ।

ସେହିପରି ବଜ୍ରାଘାତ ଘଟି ଜିଲ୍ଲାର ତିହିଡ଼ି ବ୍ଳକ ପାଳିଆବିନ୍ଧା ପଞ୍ଚାୟତରେ ଥିବା ପ୍ରାଚୀନ ଅର୍କକ୍ଷେତ୍ର ବିରଞ୍ଚି ନାରାୟଣଙ୍କ ପୀଠର ବହୁ ପୁରାତନ ସୂର୍ଯ୍ୟ ମନ୍ଦିରର ପଶ୍ଚିମ ପାଖ ଭାଙ୍ଗି ଯାଇଥିବା ଜଣାପଡ଼ିଛି । ବଜ୍ରାଘାତରେ ମନ୍ଦିରର ପଶ୍ଚିମ ପାଖ ଭାଙ୍ଗିଥିବା ବେଳେ ଦକ୍ଷିଣରୁ ପଶ୍ଚିମକୁ ଏକ ଫାଟ ସୃଷ୍ଟି ହୋଇଛି । ବହୁ କିମ୍ବଦନ୍ତୀ ସମ୍ମିଳିତ ତଥା ଐତିହାସିକ ଏବଂ ପୌରାଣିକ ବାର୍ତ୍ତା ବହନ କରିଥିବା ଏହି ସର୍ବ ପୂରାତନ ପ୍ରାଚୀନ ଅର୍କକ୍ଷେତ୍ର ବିରଞ୍ଚି ନାରାୟଣ ପୀଠ ଯେଉଁଠି ସୂର୍ଯ୍ୟଦେବ ପୂଜା ପାଇଥାନ୍ତି । ଅର୍କକ୍ଷେତ୍ର ଭାବେ କୋଣାର୍କ ମନ୍ଦିରକୁ 13ଶହ ଶତାବ୍ଦୀରେ ବିବେଚନା କରାଗଲା କିନ୍ତୁ ବିରଞ୍ଚି ନାରାୟଣ ମନ୍ଦିର ନବମ ଶତାବ୍ଦୀରେ ନିର୍ମାଣ କରାଯାଇଥିବା ଐତିହାସିକ ତଥ୍ୟ ରହିଛି ।

ହେଲେ ଏହି ମନ୍ଦିରରେ ବଜ୍ରାଘାତର ପ୍ରତିରୋଧକ ବ୍ୟବସ୍ଥା ନଥିବା ଯୋଗୁଁ ଆଜି ଏହିପରି ଏକ ବଡ଼ ଅଘଟଣ ଘଟିଲା ବୋଲି ଜଣାପଡିଛି। ଭାଙ୍ଗିଥିବା ସ୍ଥାନରୁ ଦକ୍ଷିଣ ପାଖକୁ ମଧ୍ୟ ଫାଟ ସୃଷ୍ଟି ହୋଇଥିବା ଜଣାପଡିଛି । ତେବେ ଗର୍ଭ ଗୃହରେ କେତେ କ୍ଷତି ହୋଇଛି ସେ ନେଇ ସଠିକ ଆକଳନ କରାଯାଇନାହିଁ। ତେଣୁ ଏହି ମନ୍ଦିର ବହୁ ପୁରାତନ ହୋଇଥିବାରୁ ଏଠାରେ ବଜ୍ରାଘାତ ପ୍ରତିରୋଧକ ବ୍ୟବସ୍ଥା କରିବା ନେଇ ଦାବି କରିଛି ମନ୍ଦିର ଟ୍ରଷ୍ଟ ବୋର୍ଡ । ସେହିପରି ପ୍ରତ୍ନତତ୍ତ୍ବ ବିଭାଗକୁ ମଧ୍ୟ ଅବଗତ କରାଯିବ ବୋଲି କହିଛନ୍ତି ମ୍ୟାନେଜିଂ ଟ୍ରଷ୍ଟି ।

ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

...view details