ଓଡିଶା

odisha

ETV Bharat / state

Panchayat Election: ଦ୍ଵିତୀୟ ଦିନରେ ୭୦୮ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ - ଭଦ୍ରକରେ ଦ୍ଵିତୀୟ ଦିନରେ 708 ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାମାଙ୍କନ ପ୍ରକ୍ରିୟା ଜାରି ରହିଛି । ଦ୍ବିତୀୟ ଦିନରେ ମଇଦାନରେ ୭୦୮ ଜଣ ପ୍ରାର୍ଥୀ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଅଧିକ ପଢ଼ନ୍ତୁ

Panchayat Election: ଦ୍ଵିତୀୟ ଦିନରେ 708 ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ
Panchayat Election: ଦ୍ଵିତୀୟ ଦିନରେ 708 ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

By

Published : Jan 19, 2022, 8:13 AM IST

ଭଦ୍ରକ: ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାମାଙ୍କନ ପ୍ରକ୍ରିୟା ଜାରି ରହିଛି । ଭଦ୍ରକ ଜିଲ୍ଲାର ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ଦ୍ବିତୀୟ ଦିନରେ ମଇଦାନରେ ୭୦୮ ଜଣ ପ୍ରାର୍ଥୀ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପ୍ରଥମ ଦିନରେ ଜିଲ୍ଲା ପରିଷଦ ପାଇଁ କେହି ପ୍ରାର୍ଥୀ ପତ୍ର ଦାଖଲ କରି ନଥିବା ବେଳେ ଦ୍ବିତୀୟ ଦିନରେ ଆଜି ୬ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ ନିଜର ନାମାଙ୍କନପତ୍ର ଭଦ୍ରକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦାଖଲ କରିଛନ୍ତି। ସେମାନଙ୍କ ମଧ୍ୟରୁ ବିଜେଡିର ଦୁଇଜଣ ଟାଣୁଆ ନେତା ବ୍ୟୋମକେଶ ରାୟ ପ୍ରଫୁଲ୍ଲ ଜେନା ସାମିଲ ଅଛନ୍ତି ।

Panchayat Election: ଦ୍ଵିତୀୟ ଦିନରେ ୭୦୮ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

୧୫ ନମ୍ବର ଜିଲ୍ଲା ପରିଷଦ ଜୋନରୁ ବିଜେଡି ଦଳରୁ ଭଣ୍ଡାରିପୋଖରୀର ପୂର୍ବତନ ବିଧାୟକ ପ୍ରଫୁଲ୍ଲ ଜେନା ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ଚାନ୍ଦବାଲି ବ୍ଲକର ୧ ନମ୍ବର ଜୋନରୁ ବିଜେଡି ଦଳରୁ ଜିଲ୍ଲା ପରିଷଦ ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସେହିପରି ୨୨ ନମ୍ବର ଜିଲ୍ଲାପରିଷଦ ଜୋନରୁ ଏସୟୁସିଟିସି ଦଳ ଏବଂ ବିଏସପି ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିଲେ। ‌

୨୩ ନମ୍ବର ଜିଲ୍ଲା ପରିଷଦ ଜୋନରୁ ବିଏସପି ଦଳର ଜ଼ିଲ୍ଲା ପରିଷଦ ପ୍ରାର୍ଥୀ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଚାନ୍ଦବାଲି ବ୍ଲକର ୨ ନମ୍ବର ଜୋନରୁ ସିପିଆଇଏମରୁ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଆଜି ଦ୍ବିତୀୟ ଦିନ ସୁଦ୍ଧା ବିଜେପି ଓ କଂଗ୍ରେସ ଦଳରୁ କେହି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରି ନାହାନ୍ତି। ସେହିପରି ଆଜି ଜିଲ୍ଲାରେ ୬୬ ଜଣ ସରପଞ୍ଚ, ୫୫ ଜଣ ସମିତି ସଭ୍ୟ ଓ ୫୮୧ ଜଣ ୱାର୍ଡ ସଭ୍ୟ ପାଇଁ ବିଭିନ୍ନ ବ୍ଲକ ଓ ପଞ୍ଚାୟତରେ ସେମାନଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ମୋଟ ୭୦୮ ଜଣ ପ୍ରାର୍ଥୀ ସେମାନଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଦୁଇ ଦିନରେ ମଇଦାନରେ ମୋଟ ୧୧୪୦ ଜଣ ପ୍ରାର୍ଥୀ ନିର୍ବାଚନ ଲଢିବା ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details