ଓଡିଶା

odisha

ETV Bharat / state

ଧସିଲା ମନ୍ତେଇ ନଦୀର ସୁରକ୍ଷା ବନ୍ଧ, କୁମ୍ଭୀର ଭୟରେ ଆତଙ୍କିତ ନଦୀକୂଳିଆ - mantei river embankment collapsed

ଚାନ୍ଦବାଲି ବ୍ଲକ ଚରଦିଆ ପଞ୍ଚାୟତର ମନ୍ତେଇ ନଦୀରୁ ଧସିଲା ଶହେ ଫୁଟର ନଦୀ ସୁରକ୍ଷା ବନ୍ଧ । ଭୟଭୀତ ଉପକୂଳ ଗାଁ କନକପଲ୍ଲୀ ଅଞ୍ଚଳବାସୀ । ଅଧିକ ପଢନ୍ତୁ

mantei river
mantei river

By

Published : May 15, 2023, 8:43 AM IST

mantei river

ଭଦ୍ରକ: ଧସିଲା ମନ୍ତେଇ ନଦୀର ଶହେ ଫୁଟର ନଦୀ ସୁରକ୍ଷା ବନ୍ଧ । ଆତଙ୍କିତ ଅବସ୍ଥାରେ ଉପକୂଳ ଗାଁ କନକପଲ୍ଲୀବାସୀ । କୌଣସି ସମୟରେ ବି ଗ୍ରାମକୁ ଆସିପାରେ ବିପଦ । ଗ୍ରାମ ମଧ୍ୟରେ ନଦୀ ପାଣି ପଶିଲେ ଧନଜୀବନ ନଷ୍ଟ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି । ଅନ୍ୟପଟେ ମନ୍ତେଇ ନଦୀରେ ମାଳ ମାଳ କୁମ୍ଭୀର ଥିବାରୁ ଗ୍ରାମବାସୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ଚରଦିଆ ପଞ୍ଚାୟତ ଦେଇ ପ୍ରବାହିତ ହୋଇଛି ମନ୍ତେଇ ନଦୀ । ନଦୀ ଠାରୁ ଗ୍ରାମ ଗୁଡିକୁ ସୁରକ୍ଷା ଦେବା ପାଇଁ ବନ୍ଧ ମଧ୍ୟ ତିଆରି ହୋଇଛି । କିନ୍ତୁ ରବିବାର ଚରଦିଆ ପଞ୍ଚାୟତ କନକପଲ୍ଲୀ ଗାଁ ଠାରେ ନଦୀ ବନ୍ଧ ଶହେ ଫୁଟ ଧସି ଯାଇଛି । ଫଳରେ ଆତଙ୍କିତ ହୋଇ ପଡ଼ିଛନ୍ତି ଅଞ୍ଚଳ ବାସୀ । ଚାନ୍ଦବାଲି ଜଳ ସମ୍ପଦ ବିଭାଗ ପକ୍ଷରୁ ପ୍ରତି ବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ନଦୀ ବନ୍ଦ ସୁରକ୍ଷା ପାଇଁ ପଥର ପ୍ୟାକିଂ ସହ ରାସ୍ତା ନିର୍ମାଣ କରାଯାଉଛି । ହେଲେ ବିଭାଗ ପକ୍ଷରୁ ଠିକାଦାର ମାନଙ୍କ କାର୍ଯ୍ୟକୁ ସଠିକ ଭାବରେ ତଦାରଖ କରାଯାଉନାହିଁ ବୋଲି ଅଭିଯୋଗ ହୋଇଛି ।

କାର୍ଯ୍ୟାଦେଶ ପାଇଥିବା ଠିକାଦାର ମାନେ ସଠିକ ଭାବେ କାର୍ଯ୍ୟ ସମ୍ପାଦନ କରିବା ପରିବର୍ତ୍ତେ ନିଜ ମନ ମୁତାବକ ଯେନତେଣ ପ୍ରକାରରେ କାର୍ଯ୍ୟ ଶେଷ କରିଦେଉଛନ୍ତି । ଫଳରେ କେତେ ବେଳେ ରାସ୍ତା ଦବି ଯାଉଛି ତ ପୁଣି କେତେ ବେଳେ ନଦୀର ବନ୍ଧ ଧସି ଯାଉଛି । ଯାହାର ପରିଣାମ ସ୍ୱରୂପ ଚରଦିଆ ପଞ୍ଚାୟତ କନକପଲ୍ଲୀ ଗାଁ ନିକଟରେ ଶହେ ଫୁଟର ନଦୀ ସୁରକ୍ଷା ବନ୍ଧ ନଦୀର ଆଁ ମଧ୍ୟକୁ ଧସି ଯାଇଛି । ଅନ୍ୟ ପକ୍ଷରେ ମନ୍ତେଇ ନଦୀରେ ମାଳ ମାଳ କୁମ୍ଭୀର ରହିଛନ୍ତି । ଯଦି ଗାଁ ମଧ୍ୟକୁ ନଦୀର ପାଣି ପଶି ଆସେ ତେବେ ଲୋକଙ୍କ ଧନ ଜୀବନ କ୍ଷୟ କ୍ଷତି ହେବା ଆଶଙ୍କା ପ୍ରକାଶ ପାଇଛି । ତେଣୁ ତୁରନ୍ତ ବିଭାଗ ପକ୍ଷରୁ ତଦନ୍ତ କରାଯାଇ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।

ଗତ ଦୁଇ ବର୍ଷ ତଳେ ଭଦ୍ରକର ଧାମନଗର ବ୍ଲକରେ ବୈତରଣୀ ନଦୀରେ ଆସିଥିବା ବନ୍ୟା ଯୋଗୁଁ ଧସିଥିଲା ନଦୀବନ୍ଧ । ପ୍ରାୟ 3 ଶହ ମିଟରର ନଦୀବନ୍ଧ ଧସି ପଡିଥିବା ଦେଖିବାକୁ ମିଳିଥିଲା । ଏହାକୁ ନେଇ ପ୍ରାୟ 30ଟି ପରିବାର ସମେତ ପଧାନୀ ଓ ଦଲାଙ୍ଗ ପଞ୍ଚାୟତର ଲୋକେ ପ୍ରଭାବିତ ହେବା ନେଇ ଆଶଙ୍କା ଦେଖାଦେଇଥିଲା ।

ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

...view details