ଓଡିଶା

odisha

ETV Bharat / state

ବିଜେପିକୁ ଶାସନ ଗାଦିରେ ବସାଇବାକୁ ଜନତା ମନ ସ୍ଥିର କରିସାରିଲେଣି: ମନମୋହନ ସାମଲ

ମୋଦିଙ୍କ 99 ତମ ମନ କି ବାତ୍ କାର୍ଯ୍ୟକ୍ରମ । ଏହି ଅବସରରେ ବିଜେପି ରାଜ୍ୟର ନବ ନିଯୁକ୍ତ ସଭାପତି ମନମୋହନ ହେଲେ ସାମିଲ । ଅଧିକ ପଢ଼ନ୍ତୁ

By

Published : Mar 26, 2023, 7:25 PM IST

99 ତମ ମନକିବାତ କାର୍ଯ୍ୟକ୍ରମ ରେ ଯୋଗ ଦେଲେ ମନମୋହନ ସାମଲ
99 ତମ ମନକିବାତ କାର୍ଯ୍ୟକ୍ରମ ରେ ଯୋଗ ଦେଲେ ମନମୋହନ ସାମଲ

99 ତମ ମନକିବାତ କାର୍ଯ୍ୟକ୍ରମରେ ଯୋଗ ଦେଲେ ମନମୋହନ ସାମଲ

ଭଦ୍ରକ: ଆଜି ଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 99 ତମ ମନ କି ବାତ୍ କାର୍ଯ୍ୟକ୍ରମ । ଏହି ଅବସରରେ ବିଜେପି ରାଜ୍ୟର ନବ ନିଯୁକ୍ତ ସଭାପତି ମନମୋହନ ସାମଲ, ଧାମନଗର ବିଧାୟକ ସୂର୍ଯ୍ୟ ବଂଶୀ ସୂରଜଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ନେତା ତଥା ଦଳର ବହୁ କର୍ମୀମାନେ ଉପସ୍ଥିତ ଥିଲେ । ତେବେ ମୋଦିଙ୍କ ମନ କି ବାତ କାର୍ଯ୍ଯକ୍ରମରେ ଦେଶ ପ୍ରାକୃତିକ ସମ୍ପଦ ଉପରେ ବର୍ଣ୍ଣନା କରିଛିନ୍ତି । ଏହାସହ ଓଡିଶାରେ ପ୍ରକୃତିକ ସମ୍ପଦର ଗନ୍ଥାଘର । ତେଣୁ ପୂର୍ବରୁ ସୂର୍ଯ୍ୟୋଦୟ ହେଲେ ଦେଶର ଉନ୍ନତି କରଣ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ ଦେଇଥିବା କଥାକୁ ନବ ନିଯୁକ୍ତ ରାଜ୍ୟ ସଭାପତି ମନମୋହନ ସାମଲ ଯଥାର୍ଥ ଵୋଲି କହିଥିଲେ । ଏଥିସହ ଆଗାମୀ ଦିନରେ ଭାରତ ଏହି ଖଣିଜ ସମ୍ପଦକୁ ଆଧାର କରି ସମଗ୍ର ଵିଶ୍ବରେ ତାର କାୟା ବିସ୍ତାର କରିଵ ଵୋଲି କହିଥିଲେ ପ୍ରଧାନମନ୍ତ୍ରୀ ।

ବିଜେପି ସଭାପତି ମନ ମୋହନ କହିଥିଲେ,‘‘ଉପକୂଳବର୍ତ୍ତୀ ଅଞ୍ଚଳରେ ଲୋକମାନେ ବିଜେପି ସହ ଅଛନ୍ତି ତେଣୁ ଆସନ୍ତା ନିର୍ବାଚନରେ ଲୋକମାନେ ବିଜେଡି ସହ ଲଢିବେ । ଯାହାର ମୂଳ ପିଣ୍ଡି ପକାଇ ଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ । ଏଥିସହ ପୂର୍ବାଞ୍ଚଳ ସମେତ ସମଗ୍ର ରାଜ୍ୟରେ ଆଗାମୀ ନିର୍ବାଚନରେ ବିଜେଡିକୁ ପ୍ରତ୍ୟାଖାନ କରି ବିଜେପିକୁ ଶାସନ ଗାଦିରେ ବସାଇବା ପାଇଁ ମନ ସ୍ଥିର କରିଛନ୍ତି ବୋଲି କହିଥିଲେ ମନମୋହନ ସାମଲ । ଏହାସହ କୋରୋନା ମହାମାରୀ ନେଇ ପ୍ରଧାନମନ୍ତ୍ରୀଙ୍କ ପଦକ୍ଷେପକୁ ମଧ୍ୟ ସେ ପ୍ରଶଂସା କରିଥିଲେ।’’

ଅଧିକ ପଢ଼ନ୍ତୁ: Mann Ki Baat: ନାରୀଶକ୍ତି ବିକଶିତ ଭାରତର ପ୍ରାଣବାୟୁ, ଓଡିଶାର ଜ୍ୟୋର୍ତିମୟୀଙ୍କୁ ମୋଦିଙ୍କ ପ୍ରଶଂସା

ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି, ‘‘ମନମୋହନ ସାମଲଙ୍କ ପରି ଜଣେ ବରିଷ୍ଠ ନେତାଙ୍କ ରାଜ୍ଯ ବିଜେପିର ମଙ୍ଗ ଧରିବା କିଛି ନୂଆ କଥା ନୁହେଁ । ଯେତେବେଳେ ଦଳ ଶୂନରେ ଥିଲା ସେତେ ବେଳେ ଠାରୁ ସେ ଦଳ ସହ ଅଛନ୍ତି । ତେଣୁ ତାଙ୍କ ବରିଷ୍ଠ ତଥା ଅଭିଜ୍ଞ ନେତୃତ୍ଵରେ ସମଗ୍ର ରାଜ୍ୟରେ ଭଲ ପଦର୍ଶନ କରିବେ ବୋଲି କହିଥିଲେ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ।’’ ଏଥିସହ ପ୍ରଧାନମନ୍ତ୍ରୀଙ୍କ ମିଶନ ଅନୁଯାୟୀ ପର୍ଯ୍ୟଟନର ବିକାଶ ରାଜ୍ଯରେ ଆବଶ୍ୟକ ବୋଲି ମଧ୍ୟ ସେ କହିଥିଲେ । ତେବେ ଆଜି ମନ କି ବାତ୍ କାର୍ଯ୍ୟକ୍ରମ ସରିବା ପରେ ବିଜେପି ଦଳର ନବ ନିଯୁକ୍ତ ରାଜ୍ଯ ସଭାପତି ମନମୋହନ ସାମଲଙ୍କୁ ଫୁଲମାଳ ପ୍ରଦାନ କରିବା ସହ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ ବିଜେପି ନେତାମନ୍ତ୍ରୀ ତଥା ଦଳର ଅନ୍ୟ କର୍ମକର୍ତ୍ତା ।

ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

...view details