ଭଦ୍ରକ:ଜିଲ୍ଲାରେ ଆଜି(ଶୁକ୍ରବାର)ଠାରୁ ପ୍ରାର୍ଥୀପତ୍ର ଦାଖଲ କରିବା ଆରମ୍ଭ କରିଛନ୍ତି ପୌର ନିର୍ବାଚନ ପ୍ରାର୍ଥୀ । ମାର୍ଚ୍ଚ ୨ ତାରିଖରୁ ସାରା ରାଜ୍ୟରେ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଶୁକ୍ରବାର ପର୍ଯ୍ୟନ୍ତ କୌଣସି ପ୍ରାର୍ଥୀ ଭଦ୍ରକରେ ନାମାଙ୍କନ ଦାଖଲ କରିନଥିଲେ ।
ପଞ୍ଚାୟତ ନିର୍ବାଚନ ପରେ ଏବେ ପୌର ନିର୍ବାଚନ ପାଇଁ ସଜବାଜ ହେଉଛନ୍ତି ଜିଲ୍ଲାର ପ୍ରମୁଖ ରାଜନୈତିକ ଦଳ । ପୌର ନିର୍ବାଚନ ପାଇଁ କାଉନ୍ସିଲର ଓ ଅଧ୍ୟକ୍ଷ ପଦ ପାଇଁ ମାର୍ଚ୍ଚ ୨ ତାରିଖରୁ ଆରମ୍ଭ ହୋଇଛି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା । ଶୁକ୍ରବାର ଚେୟାରମ୍ୟାନ ପଦ ପାଇଁ ବିଜେଡି ପକ୍ଷରୁ ପ୍ରାର୍ଥୀନୀ ଅଞ୍ଜନା ମିଶ୍ର ନାମାଙ୍କନ ଦାଖଲ କରିଥିବା ବେଳେ ୨୫ ନମ୍ବର ୱାର୍ଡ ପାଇଁ ପ୍ରଣୟ ଦାସ ନାମାଙ୍କନ ଦାଖଲ କରିଛନ୍ତି । ସେହିଭଳି କଂଗ୍ରେସ ପକ୍ଷରୁ 19 ନମ୍ବର ୱାର୍ଡ ପାଇଁ ରୁକ୍ସାନା ଖାତୁନ କାଉନ୍ସିଲର ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।