ଓଡିଶା

odisha

ETV Bharat / state

ଭୟାବହ ଅଗ୍ନିକାଣ୍ଡ: ଜଳିଗଲା 4 ପରିବାରର 15 ବଖରା ଘର

ଭଦ୍ରକ ଜିଲ୍ଲାରେ ଭୟାବହ ଅଗ୍ନିକାଣ୍ଡ । 4ଟି ପରିବାରର15 ବଖରା ଘର ପୋଡି ପାଉଁଶ । ଅଧିକ ପଢନ୍ତୁ

By

Published : Jan 8, 2022, 10:44 PM IST

ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା 4 ପରିବାରର 15 ବଖରା ଘର
ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା 4 ପରିବାରର 15 ବଖରା ଘର

ଭଦ୍ରକ: ଜିଲ୍ଲାରେ ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା 15 ବଖରା । 4ଟି ପରିବାରର 15 ବଖରା ଘର ଜଳି ପୋଡି ପାଉଁଶ ହୋଇଯାଇଛି । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଖବର ଅନୁଯାୟୀ ଭଦ୍ରକ ଜିଲ୍ଲା ବନ୍ତ ତହସିଲ ଅଧିନସ୍ଥ ଟିଲୋ ଗ୍ରାମ ପଞ୍ଚାୟତର ତିରିକୋଣା ଗ୍ରାମରେ ଏହି ଅଗ୍ନିକାଣ୍ଡ ଘଟିଛି ।

ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା 4 ପରିବାରର 15 ବଖରା ଘର

ଗାଁର ଖଗେଶ୍ୱର ବେହେରା, ଅରୁଣ ବେହେରାଙ୍କ ସମେତ ଆଉ ଦୁଇ ପରିବାରର ପ୍ରାୟ 15 ବଖରା ଘର ଭସ୍ମୀଭୂତ ହୋଇଛି । ଏଥିରେ ଘରର ଆସବାବପତ୍ର ସହ ଲକ୍ଷାଧିକ ଟଙ୍କାର ବହୁମୂଲ୍ୟ ସାମଗ୍ରୀ ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡ ପରେ ସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରି ବିଫଳ ହେବା ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details