ଭଦ୍ରକ:ଧାମରାରେ ବଡ ଧରଣର ବିସ୍ଫୋରଣ । ଧାମରା ବଜାରରେ ଥିବା ଏକ କବାଡି ଦୋକାନରେ ବିସ୍ଫୋରଣ ଘଟି ଦୁଇ ଜଣ ଗୁରୁତର ହୋଇଥିବା ସୂଚନା । ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ବିସ୍ଫୋରଣରେ ଗୁରୁତର ଆହତ ହେଉଛନ୍ତି ହରିପଦ ରଣା ଓ ଆଇମାଲ ଅଲ୍ଲୀ ସାହା ।
ସୂଚନା ଅନୁଯାୟୀ ଗତାକଲି ବଜାରରେ ସତ୍ୟବାନ କାମିଦିଆ କବାଡି ଦୋକାନରେ ଗ୍ୟାସ ସାହାଯ୍ୟରେ କିଛି ଜିନିଷ କାଟୁଥିବା ବେଳେ ହଠାତ ବିସ୍ଫୋରଣ ହୋଇଥିଲା । ଏହାପରେ ଦୋକାନ ଧୂଆଁ ମୟ ହୋଇଯାଇଥିଲା । ଫଳରେ ସେଠାରେ କାମ କରୁଥିବା ହରିପଦ ଓ ଆଇମତ ଗୁରୁତର ଆହତ ହୋଇଥିଲେ। ହରିପଦଙ୍କ ଗୋଡ ଭାଙ୍ଗିଯାଇଥିବା ବେଳେ ଆଇମାଲଙ୍କର ଶରୀର ପୋଡି ଯାଇଥିଲା । ଉଭୟଙ୍କୁ ତୁରନ୍ତ ସ୍ଥାନୀୟ ଧାମରା ସରକାରୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇ ଭଦ୍ରକ ସ୍ଥାନାନ୍ତରିତ କରାଯାଇଛି ।