ଓଡିଶା

odisha

ETV Bharat / state

Maha Vishuba Sankranti: ଆଜିଠୁ ଆଖଣ୍ଡଳମଣିଙ୍କ ପୀଠରେ ଶୀତଳ ଉପଚାର ନୀତି ଆରମ୍ଭ - ମହାବିଷୁବ ସଂକ୍ରାନ୍ତିରେ ଆଖଣ୍ଡଳମଣି ମନ୍ଦିରରେ ନୀତିକାନ୍ତି

ମହାବିଷୁବ ସଂକ୍ରାନ୍ତି ଅବସରରେ ଆଜିଠୁ ଏକ ମାସ ଧରି ଆରମ୍ଭ ହେବ ବାବା ଆଖଣ୍ଡଳମଣିଙ୍କ ଶୀତଳ ଉପଚାର ନୀତି । ଅଧିକ ପଢନ୍ତୁ

Maha Vishuba Sankranti :  ଆଜିଠୁ ଆଖଣ୍ଡଳମଣିଙ୍କ ପୀଠରେ ଶୀତଳ ଉପଚାର ନୀତି ଆରମ୍ଭ
Maha Vishuba Sankranti : ଆଜିଠୁ ଆଖଣ୍ଡଳମଣିଙ୍କ ପୀଠରେ ଶୀତଳ ଉପଚାର ନୀତି ଆରମ୍ଭ

By

Published : Apr 14, 2022, 3:54 PM IST

ଭଦ୍ରକ:ମହାବିଷୁବ ସଂକ୍ରାନ୍ତି ଅବସରରେ ଆଜିଠୁ ଏକ ମାସ ଧରି ଆରମ୍ଭ ହେବ ବାବା ଆଖଣ୍ଡଳମଣିଙ୍କ ଶୀତଳ ଉପଚାର ନୀତି। ଏଥିପାଇଁ ପରମ୍ପରା ଅନୁଯାୟୀ ବିଭିନ୍ନ ନଦୀରୁ ଗୋପାଳ ଭକ୍ତମାନେ ଆଣିଥିବା ଜଳ ଭାରରେ ସେବାୟତଙ୍କ ଦ୍ବାରା ଲାଗି କରାଯାଇ ଚାଲିଛି ଜଳଛାୟା ନୀତି।

Maha Vishuba Sankranti : ଆଜିଠୁ ଆଖଣ୍ଡଳମଣିଙ୍କ ପୀଠରେ ଶୀତଳ ଉପଚାର ନୀତି ଆରମ୍ଭ

ଏହି ପରମ୍ପରା କାହିଁ କେଉଁ କାଳରୁ ରହି ଆସିଛି। ପ୍ରଚଣ୍ଡ ରୋଦ୍ର୍ୟତାପରୁ ଉପଶମ ପାଇଁ ଦେବଦେବ ବାବା ଆଖଣ୍ଡଳମଣିଙ୍କୁ ବୈଶାଖ ମାସ ସାରା ଜଳଛାୟା କରାଯାଇଥାଏ। ହେଲେ ବିଗତ 2 ବର୍ଷ ହେବ କୋଭିଡ କଟକଣା ଯୋଗୁ ଗୋପାଳ ଭକ୍ତଙ୍କ ଜଳ ଲାଗି ବନ୍ଦ ରହିଥିଲା। ଚଳିତ ବର୍ଷ କଟକଣାକୁ କୋହଳ କରାଯାଇଥିବାରୁ ବିଭିନ୍ନ ପ୍ରାନ୍ତରୁ ଭକ୍ତଙ୍କ ସହ ଗୋପାଳଭକ୍ତଙ୍କ ଭିଡ ପରିଲକ୍ଷିତ ହେଉଥିବା ଦେଖିବାକୁ ମିଳିଛି ।

ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଆଜି ଦ୍ବାରଫିଟା ନୀତି ସହ ମଙ୍ଗଳ ଆଳତୀ, ମହାସ୍ନାନ, ଘର୍ଷଣଲାଗି କରାଯିବା ପରେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଗୋପାଳ ଭକ୍ତଙ୍କ ଜଳଲାଗି କରାଯାଇଛି। ପରେ ଅନ୍ୟାନ୍ୟ ନୀତି ସହ ଅପରାହ୍ନରେ ବଡ ସିଂହାରବେଶ ଓ ସଂଧ୍ୟାରେ ଷୋଡଶ ଉପଚାର ପୂଜା ସହ ଆଳତୀ ସମ୍ପନ୍ନ ହେବ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details