ଓଡିଶା

odisha

ETV Bharat / state

ଭଦ୍ରକ କାଳୀପୂଜା: ଷଷ୍ଠ ଦିନରେ ମାଆଙ୍କ ମହାସରସ୍ବତୀ ବେଶ - ବହୁ ଶ୍ରଦ୍ଧାଳୁଙ୍କ ସମାଗମ

ମା’ ଭଦ୍ରକାଳୀ ପୀଠରେ କାଳୀପୂଜା ଅବସରରେ ଷଷ୍ଠ ଦିନରେ ମା’ଙ୍କ ମହାସରସ୍ପତି ବେଶ। ଦର୍ଶନ ପାଇଁ ଦର୍ଶକଙ୍କ ପ୍ରବଳ ଭିଡ।

ଫଟୋ ସୌଜନ୍ୟ : ସମ୍ବାଦଦାତା , ଭଦ୍ରକ

By

Published : Nov 1, 2019, 12:25 PM IST

ଭଦ୍ରକ: ମହାସରସ୍ବତୀ ବେଶରେ ଦର୍ଶନ ଦେଉଛନ୍ତି ମା’ ଭଦ୍ରକାଳୀ। ଜିଲ୍ଲାର ଅଧିଷ୍ଠାତ୍ରୀ ଦେଵୀ କାଳୀପୂଜା ଅବସରରେ ଷଷ୍ଠ ଦିନରେ ମହାସରସ୍ଵତୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦେଉଛନ୍ତି ଦର୍ଶନ। ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ମାଆଙ୍କ ପୀଠ।

ଶୁକ୍ରବାର ସକାଳେ ପହଡ଼ ଖୋଲିବା ପରେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ଆରମ୍ଭ ହୋଇଛି। ଏହା ସହ ମା’ ମହାସରସ୍ଵତୀ ବେଶରେ ଦର୍ଶନ ଦେଇଛନ୍ତି। ଆସନ୍ତାକାଲି ଶ୍ରଦ୍ଧାଳୁଙ୍କୁ ସପ୍ତସତୀ ବେଶ ଓ ଶେଷ ଦିନରେ ମହାଲକ୍ଷ୍ମୀ ବେଶରେ ଦର୍ଶନ ଦେବେ ମା’। ଶୁକ୍ରବାର ମହାସରସ୍ଵତୀ ବେଶରେ ଦର୍ଶନ କଲେ ସକଳ ବିଦ୍ୟା ଲାଭ, ପରିବାରରେ ମଙ୍ଗଳ ହେବା ସହ ସମସ୍ତ ମନୋସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ବାସ ରହିଛି।

ଭିଡିଓ ସୌଜନ୍ୟ : ସମ୍ବାଦଦାତା , ଭଦ୍ରକ

ତେଣୁ ମା’ ଭଦ୍ରକାଳୀ ଦର୍ଶନ କରି କରୁଣା ଭିକ୍ଷା କରିବା ପାଇଁ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ଏହି ପ୍ରସିଦ୍ଧ ଶକ୍ତି ପୀଠରେ କାଳିପୂଜାର ମାହୋଲ ବେଶ ନିଆରା। ତେବେ ସାତ ଦିନ ଧରି ଏହି ଉତ୍ସବର ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ଶନିବାର ଅନୁଷ୍ଠିତ ହେବ। ପୂର୍ଣ୍ଣାହୁତି ଦିନ ଦଶ ହଜାରରୁ ଉର୍ଦ୍ଧ୍ଵ ଭକ୍ତଙ୍କ ପାଇଁ ମାଗଣା ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details