ଓଡିଶା

odisha

By

Published : Nov 6, 2021, 5:42 PM IST

ETV Bharat / state

ଭଦ୍ରକରେ ମା' କାଳୀଙ୍କ ଭସାଣି: ନିରାଡମ୍ବର ଭାବେ ଅସ୍ଥାୟୀ ପୋଖରୀରେ ବିସର୍ଜନ

ଦୁଇ ଦିନ ଧରି ପୂଜା ମଣ୍ଡପରେ ପୂଜା ପାଉଥିବା ମା' କାଳୀଙ୍କୁ ଆଜି(ଶନିବାର) ବିସର୍ଜନ କରାଯାଇଛି । ଭଦ୍ରକ ଚରମ୍ପା ଅନ୍ତର୍ଗତ 11ଟି ପୂଜା ମଣ୍ଡପରେ ପୂଜା ପାଇ ଆସୁଥିଲେ ମା କାଳୀ । ଅଧିକ ପଢନ୍ତୁ...

ତୃତୀୟ ଦିନରେ ମା କାଳାଙ୍କୁ ଦିଆଗଲା ମେଲାଣି
ତୃତୀୟ ଦିନରେ ମା କାଳାଙ୍କୁ ଦିଆଗଲା ମେଲାଣି

ଭଦ୍ରକ : ଦୁଇ ଦିନ ଧରି ପୂଜା ମଣ୍ଡପରେ ପୂଜା ପାଉଥିବା ମା କାଳୀଙ୍କୁ ଆଜି(ଶନିବାର) ବିସର୍ଜନ କରାଯାଇଛି । ଭଦ୍ରକ ଚରମ୍ପା ଅନ୍ତର୍ଗତ 11ଟି ପୂଜା ମଣ୍ଡପରେ ପୂଜା ପାଇ ଆସୁଥିଲେ ମା କାଳୀ । ଚଳିତ ବର୍ଷ କୋଭିଡ କଟକଣା ମଧ୍ୟରେ ସମ୍ପୂର୍ଣ୍ଣ ନିରାଡ଼ମ୍ବର ଭାବେ ପୂଜା ଆୟୋଜିତ ହୋଇଥିଲା। 10 ଦିନ ଧରି ଚରମ୍ପା ଅଞ୍ଚଳରେ ପୂଜା ପାଇଥାନ୍ତି ମା । କିନ୍ତୁ ଚଳିତ ବର୍ଷ କୋଭିଡ କଟକଣା ଯୋଗୁଁ ମାତ୍ର ଦୁଇଦିନ ପୂଜା ହୋଇଥିବାବେଳେ ତୃତୀୟ ଦିନରେ ମା'ଙ୍କୁ ବିଦାୟ ଦିଆଯାଇଛି ।

ତୃତୀୟ ଦିନରେ ମା କାଳାଙ୍କୁ ଦିଆଗଲା ମେଲାଣି

କୋଭିଡ କଟକଣା ମଧ୍ୟରେ ପୂଜା ହୋଇଥିବାରୁ ମା'ଙ୍କ ଦର୍ଶନ କରିବାରୁ ବଞ୍ଚିତ ହୋଇଥିଲେ ଶ୍ରଦ୍ଧାଳୁ । ପୂଜା ପରି ବିସର୍ଜନ ମଧ୍ୟ ସମ୍ପୂର୍ଣ୍ଣ ନିରାଡ଼ମ୍ବର ଭାବେ ଆୟୋଜନ କରାଯାଇଛି । ଆଜି ରେଳବାଇର ଟ୍ରାଫିକ କାଳୀ ଓ ପି ଡବ୍ଲୁଆଇ ଦୁଇଟି ମଣ୍ଡପର ମେଢକୁ ବିସର୍ଜନ କରାଯାଇଛି । ଆସନ୍ତାକାଲି ଅନ୍ୟ 9 ଗୋଟି ପୂଜା ମଣ୍ଡପର ମେଢ ଭସାଣି ହେବ । ଭଦ୍ରକ ପୌରପାଳିକା ପକ୍ଷରୁ କରାଯାଇଥିବା ଅସ୍ଥାୟୀ ପୋଖରୀରେ ମୂର୍ତ୍ତି ଗୁଡିକ ବିସର୍ଜନ କରାଯିବା ନେଇ ବ୍ୟବସ୍ଥା କରାଯାଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details