ଭଦ୍ରକ: ଚାନ୍ଦବାଲି ବ୍ଲକ ବାଂଶଡ଼ା ଥାନା ଯଶୀପୁର ପଞ୍ଚାୟତ ଶୁବଦିଆ ଗାଁରେ ଘଟିଛି ଚାଞ୍ଚଲ୍ୟକର ଘଟଣା । ପ୍ରେମିକାକୁ ଦେଖା କରିବାକୁ ଆସିଥିବାବେଳେ ଧରାପଡ଼ି ପ୍ରେମିକା ଘରେ ବନ୍ଧାହେଲା ପ୍ରେମିକ । ପ୍ରେମିକାଙ୍କ ପରିବାର ଲୋକେ ଯୁବକଙ୍କୁ ଘର ଭିତରେ ଜୋତାମାଳ ପିନ୍ଧାଇ ରଶିରେ ବାନ୍ଧି ନିସ୍ତୁକ ମାଡ ମାରିବା ସହ ଯୁବକଙ୍କୁ ଆଣି ଗାଁ ଦାଣ୍ଡରେ ବନ୍ଧିଥିବା ଜଣାପଡିଛି ।
ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିଲେ । ଯୁବକଙ୍କ ଘର ଯଶୀପୁର ହୋଇଥିବାବେଳେ ସେ ସେହି ଗାଁର ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ । ତେବେ ଯୁବତୀ ଜଣକ ଘରେ ଏକାକୀ ଥିବା ଜାଣି ଯୁବକ ତାଙ୍କୁ ଭେଟିବାକୁ ଆସିଥିଲେ । ଏହି ସମୟରେ ପରିବାରର ଅନ୍ୟ ସଦସ୍ୟଙ୍କ ହାବୁଡରେ ସେ ପଡ଼ିଯାଇଥିଲେ ଏବଂ ନିର୍ଦ୍ଧୁମ ଉତ୍ତମମଧ୍ୟମ ଖାଇଥିଲେ ।