ଭଦ୍ରକ: ଭଦ୍ରକ ଜିଲ୍ଲା ପୀରହାଟ ଥାନା ସାହାପୁର ବଜାର ନିକଟରେ ଏକ ଘର ଭିତରେ ଦମ୍ପତ୍ତିଙ୍କୁ ମରଣାନ୍ତକ ଆକ୍ରମଣ । ଆଉ ଆକ୍ରମଣ କରି ଲୁଟିନେଲେ ସୁନା ଗହଣା ଓ ନଗଦ ଟଙ୍କା । ଘରେ ସମସ୍ତେ ଶୋଇଥିବା ବେଳେ ଘର କବାଟ ଭାଙ୍ଗି ପଶିଥିଲେ ୩ଜଣ ମୁଖା ପିନ୍ଧା ଦୁର୍ବୁତ୍ତ । ଘରେ ଥିବା ଲୋକେ ଅଟକାଇବାରୁ ଧାରୁଆ ଅସ୍ତ୍ରରେ ଲୁଟେରା ଆକ୍ରମଣ କରିଥିଲେ । ଏପରିକି ଘରେଥିବା ବୃଦ୍ଧା ମାଆଙ୍କୁ ମଧ୍ୟ ଛାଡିନଥିଲେ ।
ଏହି ସମୟରେ ଉପସ୍ଥିତ ବୁଦ୍ଧି ପ୍ରୟୋଗ କୁନିପିଲାକୁ ଖଟତଳେ ଲୁଚାଇ ଦେଇଥିଲେ ଏହି ଦମ୍ପତି । ଭୁଜାଲି ଓ ଅନ୍ଯାନ୍ଯ ମାରଣାସ୍ତ୍ରରେ ଆକ୍ରମଣ କରି ସୁନା ଚେନ୍, ମଙ୍ଗଳସୂତ୍ର, କାନଫୁଲ ଓ ଲକେଟ ସମେତ ନଗଦ ୫ ହଜାର ଟଙ୍କା ଲୁଟି ନେଇଥିଲେ । ଆଉ କିଛି ଲୁଟ୍ କରିବା ବେଳେ ରାସ୍ତାରେ ଯାଉଥିବା ଲୋକଙ୍କ ଶବ୍ଦ ଶୁଣି ଛତ୍ରଭଙ୍ଗ ଦେଇ ଫେରାର ହୋଇଯାଇଥିଲେ ଲୁଟେରା ।